Odisha Link
Bridging the Missing Links in Odisha

ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା

ମାଲକାନଗିରି : ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା। ପୋଟେରୁ, କାଙ୍କୁରୁକୁଣ୍ଡା, କୋରୁକୁଣ୍ଡା ଓ ଏମ୍ ଭି-୩୭ ପୋଲ ଉପରେ ୪-୫ ଫୁଟ ପାଣି ପ୍ରବାହିତ ହେଉଛି। ଫଳରେ ୩୨୬ ନଂ ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଛି।
କାଲିମେଳା, ମୋଟୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବନ୍ୟା ଆଶଙ୍କାକୁ ଦେଖି ଆଜି ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

Comments are closed.