Odisha Link
Bridging the Missing Links in Odisha

ପ୍ରବଳ ବର୍ଷାରେ ଧସିଲା ରେଲୱେ ଟ୍ରାକ୍

ରାୟଗଡା : ରାୟଗଡାରେ ପ୍ରବଳ ବର୍ଷା ଯୋଗୁଁ ଧସିଲା ରେଲୱେ ଟ୍ରାକ୍‌। ରାୟଗଡା ଅମ୍ବାଦୋଳା ଷ୍ଟେସନ ନିକଟ ଖାଡିପୁଲିଆ ନିକଟରେ ରେଲୱେ ଟ୍ରାକ୍‌ ଧସିଯାଇଛି । ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଛି।
ପ୍ରାୟ ୧୦୦ ମିଟର ପାଖାପାଖି ମାଟି ଧୋଇ ହୋଇଯାଇଛି । ଫଳରେ ରାୟଗଡା ଓ ଟିଟଲାଗଡ ମଧ୍ୟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ଅଟକିଛି ଯାତ୍ରୀବାହୀ ଟ୍ରେନ୍। ଦୁର୍ଘଟଣା ଯୋଗୁଁ ବିଭିନ୍ନ ଟ୍ରେନକୁ ବାତିଲ କରିବା ସହ କିଛି ଟ୍ରେନ୍‌କୁ ଅନ୍ୟ ରୁଟ୍‌ରେ ଡାଇଭର୍ଟ କରାଯାଇଛି।

Comments are closed.