Odisha Link
Bridging the Missing Links in Odisha

ବୁଡ଼ିଲା ଭଟ୍ଟାରିକାଙ୍କ ମନ୍ଦିର

କଟକ : ମହାନଦୀ ପାଣି ବଢ଼ିବା ପରେ ବଡ଼ମ୍ବାର ପ୍ରସିଦ୍ଧ ମାଆ ଭଟ୍ଟାରିକା ମନ୍ଦିର ବୁଡ଼ି ଯାଇଛି। ମନ୍ଦିରର ଚାରିପଟେ ଏବେ ପାଣି ଆଉ ପାଣି। ପରିସ୍ଥିତି ଏପରି ହୋଇଛି ଯେ, ମନ୍ଦିରକୁ ଦେଖିଲେ ଏହା ନଦୀ ମଧ୍ୟରେ ଥିବା ଭ୍ରମ ସୃଷ୍ଟି କରୁଛି। ବନ୍ୟା ପାଣି ଆସିବା ପୂର୍ବରୁ ମାଆ ଭଟ୍ଟାରିକାଙ୍କ ବିଗ୍ରହଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପ୍ରତିବର୍ଷ ମହାନଦୀ ପାଣି ବଢ଼ିବା ପରେ ଭଟ୍ଟାରିକା ମନ୍ଦିର ବୁଡ଼ି ଯାଇଥାଏ।