Odisha Link
Bridging the Missing Links in Odisha

ପଶ୍ଚିମ ଓଡିଶାର ୧୩୪ ବ୍ଲକର ୨ଲକ୍ଷ ବନ୍ୟାରେ ପ୍ରଭାବିତ

ଭୁବନେଶ୍ବର : ପଶ୍ଚିମ ଓଡିଶାରେ ବନ୍ୟାରେ ୧୩୪ ବ୍ଲକର ସମୁଦାୟ ୨ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାୟ ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୧୨୪ଟି ରିଲିଫ କେନ୍ଦ୍ରରେ ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି। ୧୫ଟି ଓଡ୍ରାଫ ଓ ୩ଟି ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ବଲାଙ୍ଗୀରରେ ବନ୍ୟା ପ୍ରଥମ ବନ୍ୟା ଥିଲା। ବଲାଙ୍ଗୀରରେ ସର୍ବାଧିକ ୫୫୫ମିଲିମିଟର ବର୍ଷା ରେକର୍ଡ ହୋଇଛି। ପୂର୍ବରୁ ଏଭଳି ବର୍ଷା ହୋଇନଥିଲା। ସେଥିପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏବେ ବନ୍ୟା ଜଳ ଧୀରେ ଧୀରେ କମିବାରେ ଲାଗିଛି ବୋଲି କହିଛନ୍ତି ଏସଆରସି। ସେହିପରି ୧୭ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ହୋଇଛି । ମରୁଡି ପରିସ୍ଥିତି ବଦଳିଛି । ମୋଟ ୮ଟି ଜିଲ୍ଲାରେ ଅଧିକା ବର୍ଷା ହୋଇଥିବା ବେଳେ ୧୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ୭ଟି ଜିଲ୍ଲାରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

Comments are closed.