Odisha Link
Bridging the Missing Links in Odisha

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ବର : ୪୩ ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଅସିତ ତ୍ରିପାଠୀ। ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଠାରୁ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୮୬ ବ୍ୟାଚର ଆଇଏଏସ୍ ଅଫିସର। ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଭବେ ନିଯୁକ୍ତି ଦିଆଯିବା ପରେ ଅସିତ୍ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ସୁରେଶ ମହାପାତ୍ର ମଧ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅନ୍ୟପଟେ ମୁଖ୍ୟ ନିର୍ବାଚସ କମିସନ୍ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଦିତ୍ୟ ପ୍ରସାଦ ପାଢ଼ୀ।
ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ପ୍ରେସମିଟ୍ କରିଛନ୍ତି। ପ୍ରେସମିଟ୍ ଜରିଆରେ ସେ କହିଛନ୍ତି ୫ଟି ଢ଼ାଞ୍ଚାରେ ସରକାର ଚାଲିବ। ନିର୍ଦ୍ଦିଷ୍ଟ ସମୟସୀମା ଭିତିରେ କାମ ସାରିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଏବଂ ଅନଲାଇନ ଖଜଣା ପ୍ରଦାନ ଉପରେ ମଧ୍ୟ ଗୁରୁୁତ୍ୱ ପ୍ରଦାନ କରାଯିବ।

Comments are closed.