Odisha Link
Bridging the Missing Links in Odisha

ଚୋରା ମଦ ପିଇ ଯୁବକର ମୃତ୍ୟୁ ଅଭିଯୋଗ

ବାସୁଦେବପୁର : ମଦ ପିଇ ପୁଣି ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହିତ ଗାଁରେ ସମ୍ପୂର୍ଣ୍ଣ ମଦ ବେପାରକୁ ବନ୍ଦ ଦାବି କରି ଉତ୍ତେଜିତ ଗାଁ ଲୋକେ ଧାମରା-ଜାମୁଝାଡି ରାସ୍ତାର ପାରାପୋଖରୀ ଛକ ନିକଟରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ୍ ପାରାପୋଖରୀ ଗାଁରେ।
ମିଳିଥିବା ସୂଚାନ ଅନୁସାରେ, ଗତକାଲି ସେହି ଗାଁର ନାରାୟଣ ନାୟକ ଗାଁରେ ବିକାଯାଉଥିବା ମଦ ପିଇଥିଲେ। ମଦ ପିଇବାର କିଛି ସମୟ ପରେ ସେ ଗୁରୁତର ହୋଇପଡିଥିଲେ। ତୁରନ୍ତ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ହେଲେ ସନ୍ଧ୍ୟାରେ ଜିଲ୍ଲା ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଲୋକମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଗାଁରେ ବିକ୍ରି କରାଯାଉଥିବା ମଦ କାରବାରକୁ ବନ୍ଦ କରିବା ଦାବିରେ ରାସ୍ତାରୋକ କରାଯାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲୁରହିବ ବୋଲି କହିଛନ୍ତି ।

Comments are closed.