Odisha Link
Bridging the Missing Links in Odisha

ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଭାରତ ପାଇଁ ଖୁସି ଖବର। ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ(ଇସ୍ରୋ)କୁ ମିଳିଛି ବଡ଼ ସଫଳତା। ଚନ୍ଦ୍ରଯାନ-୨କୁ ନେଇ ଇସ୍ରୋକୁ ମିଳିଛି ବଡ ସଫଳତା। ଚନ୍ଦ୍ରର ପ୍ରଥମ କକ୍ଷରେ ସଫଳତା ପୂର୍ବକ ପ୍ରବେଶ କରିଛି ଚନ୍ଦ୍ରଯାନ-୨। ଆଜି ସକାଳ ୮ଟା ୩୦ ରୁ ୯ଟା ୩୦ ମଧ୍ୟରେ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ଏଲବିଏନ’୧ରେ ପ୍ରବେଶ କରିଛି। ତେବେ ଆସନ୍ତା ସେମ୍ବେପ୍ଟର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୨ ବୋଲି ଅନୁମାନ କରୁଛନ୍ତି ବୈଜ୍ଞାନିକ।

ପୃଥିବୀର କକ୍ଷପଥ ଛାଡି ଏହି ମହାକାଶଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି। ଚନ୍ଦ୍ରଯାନ-୨ ଅଗଷ୍ଟ ୩୧ ଯାଏଁ ଚନ୍ଦ୍ରକୁ ପରିକ୍ରମଣ କରିବ ।ଏହି ସମୟରେ ଚନ୍ଦ୍ରର ଅତି ନିକଟକୁ ଯିବା ପାଇଁ ୪ ଥର କକ୍ଷପଥ ପରିବର୍ତନ କରିବ ଚନ୍ଦ୍ରଯାନ-୨। ଏଥିରେ ସଫଳ ହେଲେ ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁକୁ ଛୁଇଁବ ଲାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ। କିନ୍ତୁ ଅର୍ବିଟର ଚନ୍ଦ୍ର ଚାରିପାଖରେ ଘୁରିବ। ଏକ ବର୍ଷ ପାଇଁ ଏହା କାମ କରିବ ବୋଲି ଆକଳନ କରାଯାଉ ଥିବା ବେଳେ ଏହାର ଇନ୍ଧନ ଯାହା ବଞ୍ଚିବ, ସେଥିରେ ଏହା ଆଉ ଏକ ବର୍ଷ କାମ କରି ପାରିବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ।

Comments are closed.