Odisha Link
Bridging the Missing Links in Odisha

ଦ୍ୱେତନଗରୀର ନୂଆ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ବର: ବଦଳିଲେ ପୁଲିସ କମିଶନର। ଆଇପିଏସ୍ ସତ୍ୟଜିତ୍ ମହାନ୍ତିଙ୍କ ସ୍ଥାନରେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ହେଲେ ଟ୍ୱିନ-ସିଟିର ନୂଆ ପୁଲିସ କମିଶନର। ସେହିଭଳି ସତ୍ୟଜିତ ମହାନ୍ତି ଜେଲ ବିଭାଗର ଅତିରିକ୍ତ ଡିଜି ଭାବେ ନୂଆ ନିଯୁକ୍ତି ମିଳିଥିବାବେଳେ ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର ଭାବେ ମିଳିଳା ନୂଆ ଦାୟିତ୍ୱ।

ଅନ୍ୟପଟେ ଆର.ପି କୋଚେ ହେଲେ ଆଇନ ଶୃଙ୍ଖଳା ଅତରିକ୍ତ ଡିଜି ଭାବେ ଦାୟିତ୍ୱ ମିଳିଥିବାବେଳେ ଆଶିଷ ସିଂ ହେଲେ କେନ୍ଦ୍ରାଞ୍ଚଳ ଡିଆଇଜି। ସତ୍ୟବ୍ରତ ଭୋଇଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ନୂଆ ନିଯୁକ୍ତି ମିଳିଥିବାବେଳେ ହିମାଂଶୁ ଲାଲ ହେଲେ ଉତ୍ତରାଞ୍ଚଳ ଡିଆଇଜି। ସେହିପରି ଦୀପ୍ତେଶ ପଟ୍ଟନାୟକ ପୂର୍ବାଞ୍ଚଳ ଆଇଜି, ସଫିମ ଅହମ୍ମଦ କେ. ହେଲେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ ମିଳିଲା ଦାୟିତ୍ୱ।

ସେହିଭଳି ଅମିତାଭ ଠାକୁରଙ୍କୁ ଆଇଜି, ଅପରେସନ ଦାୟିତ୍ୱ ମିଳିଥିବାବେଳେ ପି.ଏସ ରାନପିସେ ଭିଜିଲାନ୍ସ ଆଇଜି ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ଅନ୍ୟପଟେ ଏନ.ବି ଭାରତୀଙ୍କୁ ଏଚଆରପିସି ଆଇଜି ଦାୟିତ୍ୱ ମିଳିଥିବାବେଳେ ସାର୍ଥକ ଷଡଙ୍ଗୀ ଭୁବନେଶ୍ୱର ଭିଜିଲାନ୍ସ ଏସପି ଭାବେ ମିଳିଛି ନୂଆ ଦାୟିତ୍ୱ।

Comments are closed.