Odisha Link
Bridging the Missing Links in Odisha

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍‌

ସମ୍ବଲପୁର : ଉପରମୁଣ୍ଡରେ ବର୍ଷାର ପରିମାଣ କମିଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିଯାଇଥିବା ବେଳେ ଭଣ୍ଡାରର ସବୁ ଗେଟ୍ ବନ୍ଦ କରି ଦିଆଯାଇଛି। ଏବେ ଜଳଭଣ୍ଡାରର ଜଳସ୍ତର ୬୧୯.୬୫ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୬୧ ହଜାର ଜଳ ପ୍ରବେଶ କରୁଛି।
ଧୀରେ ଧୀରେ ଜଳ ପ୍ରବାହ କମିବାରୁ ପର୍ଯ୍ୟାୟ କ୍ରମେ ଗେଟ୍ ବନ୍ଦ କରାଯାଇଥିଲା। ଉପରମୁଣ୍ଡରେ ବର୍ଷାର ପରିମାଣ ବଢିଥିବାରୁ ଗତ ୧୬ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ସର୍ବାଧିକ ୨୦ଟି ଗେଟ୍ ଯୋଗେ ବନ୍ୟାଜଳ ନିଷ୍କାସନ କରାଯାଇଥିଲା।

Comments are closed.