Odisha Link
Bridging the Missing Links in Odisha

ଅଯୋଗ୍ୟ ଅଧିକାରୀଙ୍କଠାରୁ ଅର୍ଥ ଆଦାୟ କରାଯାଉ : ସମୀର ମହାନ୍ତି

ଭୁବନେଶ୍ୱର : ଗତକାଲି ‘କାଳିଆ’ ସମୀକ୍ଷା ବୈଠକ ପରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ‘କାଳିଆ’ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ଏହାକୁ ନେଇ ଆଜି ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି। କାଳିଆ ଚୟନକର୍ତ୍ତା ଅଫିସରଙ୍କଠାରୁ ସରକାର ଟଙ୍କା ଆଦାୟ କରନ୍ତୁ ବୋଲି ବିଜେପି ଦାବି କରିଛି।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ସମୀର ମହାନ୍ତି କହିଛନ୍ତି- କାଳିଆ ଯୋଜନାରେ ସ୍ୱଚ୍ଛତା ନଥିଲା। କେବଳ ନିର୍ବାଚନ ପରିପ୍ରେକ୍ଷୀରେ ଏହି ଯୋଜନା ହୋଇଥିଲା। ଭୋଟରଙ୍କୁ ଲାଞ୍ଚ ଦେଇ ଭୋଟ୍‌ ହାତେଇବା ପାଇଁ ଯୋଜନା କରାଯାଇଥିଲା। ଏ ସମ୍ପର୍କରେ ଆମେ ନିର୍ବାଚନ ପୂର୍ବରୁ ଅଭିଯୋଗ କରିଆସୁଥିଲୁ। ଯାହା ଆଜି ସତ୍ୟରେ ପରିଣତ ହୋଇଛି। ଏବେ ଅଯୋଗ୍ୟ ହିତାଧିକାରୀ ଚିହ୍ନ କରୁଛନ୍ତି।
ସେ ଆହୁରି କହିଛନ୍ତି- ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୬ ହଜାର ଅଯୋଗ୍ୟ କାଳିଆ ହିତାଧିକାରୀ ଚିହ୍ନଟ ହୋଇସାରିଲେଣି। କହିବାକୁ ଗଲେ ପ୍ରାୟ ୧୩୩ କୋଟି ଟଙ୍କା ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଇଛି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବା ପାଇଁ ଥିବାରୁ ୨୦୦ କୋଟି ଅତିକ୍ରମ କରିବ। ତେବେ ଏଠି ପ୍ରଶ୍ନ ଉଠୁଛି, କାଳିଆ ଯୋଜନା ହିତାଧିକାରୀଙ୍କୁ କିଏ ଚିହ୍ନଟ କରୁଥିଲେ? ସେତେବେଳେ ସେମାନେ କଣ ଜାଣିନଥିଲେ କିଏ ଯୋଗ୍ୟ ଓ କିଏ ଅଯୋଗ୍ୟ? ତେଣୁ ଯେଉଁ ଅଧିକାରୀମାନେ ଏହି ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିଛନ୍ତି, ସେମାନଙ୍କଠାରୁ ରାଜ୍ୟ ସରକାର ଏହି ଅର୍ଥ ଆଦାୟ କରିବେ କି?

Comments are closed.