Odisha Link
Bridging the Missing Links in Odisha

ଜନ୍ମାଷ୍ଟମୀ ଉତ୍ସବ ପାଳନ ବେଳେ ଅଘଟଣ : ୪ ମୃତ ,୩୦ରୁ ଅଧିକ ଆହତ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ଉତ୍ତର ୨୪ପ୍ରଗଣାରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ବେଳେ ଅଘଟଣ ଘଟିଛି। ମନ୍ଦିରର କାନ୍ଥ ଭୁଷୁଡି ପଡିବା ଯୋଗୁଁ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୩୦ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଏସଏସକେଏମ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ସେବା ଯୋଗଇ ଦିଆଯାଉଛି। ଜନ୍ମାଷ୍ଟମି ଉତ୍ସବ ପାଳନ ପାଇଁ ମନ୍ଦିରରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଏହି ସମୟରେ କାନ୍ଥ ଭୁଷୁଡି ପଡିବା ଯୋଗୁଁ ଏହି ଅଘଟଣା ଘଟିଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହସ୍ପିଟାଲ ପରିଦର୍ଶନ କରି ଆହତଙ୍କୁ ଭେଟିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଟଙ୍କା ଓ ଗୁରୁତର ଆହତଙ୍କୁ ୧-୧ ଲକ୍ଷ ଓ ଆହତଙ୍କୁ ୫୦ହଜାର ଲେଖାଏଁ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏହାସହ ଆହତଙ୍କୁ ସବୁ ପ୍ରକାର ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Comments are closed.