Odisha Link
Bridging the Missing Links in Odisha

ଅଣ୍ଡାମାଡ଼ ଖାଇଲେ ପାକିସ୍ତାନ ରେଳମନ୍ତ୍ରୀ

ଲଣ୍ଡନ: ହଟହଟା ହେଲେ ପାକିସ୍ତାନ ରେଳ ମନ୍ତ୍ରୀ। ନିଜ ବିବାଦିତ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରେଳ ମନ୍ତ୍ରୀ ଶେଖ ରଶିଦ ଲଣ୍ଡନରେ ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣକାରୀ ମାଡ଼ ମାରିବା ସହିତ ଅଣ୍ଡା ଫିଙ୍ଗି ଫେରାର ହୋଇଯାଇଛି। ଏହି ଘଟଣା ଅଗଷ୍ଟ ୨୦ ତାରିଖର ବୋଲି ଜଣାପଡ଼ିଛି। ଇଏ ହେଉଛନ୍ତି ସେହି ପାକିସ୍ତାନ ମନ୍ତ୍ରୀ ଯିଏ କି ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ଭାରତ ଉପରେ ପରମାଣୁ ଆକ୍ରମଣ କରିବ ବୋଲି ଚେତାବନୀ ଦେଇଥିଲେ।

ଲଣ୍ଡନରେ ଏକ ହୋଟେଲରେ ପୁରସ୍କାର ସମାରୋହ ଆୟୋଜିତ ହେଉଥିଲା। ଏଥିପାଇଁ ଆୱାମି ମୁସଲିମ ଲିଗର ସଭାପତି ଏବଂ ମନ୍ତ୍ରୀ ରଶିଦ୍ ଯାଉଥିଲେ। ଏହି ସମୟରେ କିଛି ଲୋକ ଆସି ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ମାଡ଼ ମାରିଥିଲେ। ଭିଡ଼ ଭିତରେ ଜଣେ ଲୋକ ଆସି ତାଙ୍କ ଉପରକୁ ଅଣ୍ଡା ଫିଙ୍ଗିଥିଲା। ଏହାପରେ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ।

ପାକିସ୍ତାନର ରାଜନୀତିକ ଦଳ ପାକିସ୍ତାନ ପିପୁଲସ ପାର୍ଟିର ୟୁରୋପ ସଂଘର ପିପୁଲସ ୟୁଥ୍ ଅର୍ଗାନାଇଜେସନ ଅଧ୍ୟକ୍ଷ ଅସିଫ୍ ଅଲ୍ଲୀ ଖାନ୍ ଏବଂ ଗ୍ରେଟର ଲଣ୍ଡନରେ ଥିବା ଦଳର ମହିଳା ଶାଖାର ଅଧ୍ୟକ୍ଷ ସମାହ ନାଜ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି। ସେମାନେ ମିଳିତ ବିବୃତି ରଖି କହିଛନ୍ତି ରଶିଦ ପିପୁଲସ ପାର୍ଟିର ପ୍ରମୁଖ ବିଲାବୁଲ ଭୁଟ୍ଟୋଙ୍କ ବିରୋଧରେ ଅପଶବ୍ଦ କହିଥିଲେ। ଯାହାକୁ ବିରୋଧ କରି ସେମାନେ ତାଙ୍କ ଉପରକୁ ଅଣ୍ଡା ମାଡ଼ କରିଛନ୍ତି।

Comments are closed.