Odisha Link
Bridging the Missing Links in Odisha

ଖେଳ ପଡିଆରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ କୁକିଆ ଗାଁରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଗାଁର ରଞ୍ଜନ ବଗର୍ତି ପାଖ ଖେଳ ପଡିଆକୁ ଶୌଚ ପାଇଁ ଯାଇଥିବାବେଳେ ସେଠାରେ କାନ୍ଦୁଥିବା ଅବସ୍ଥାରେ ଶିଶୁ ପୁତ୍ରଟିକୁ ଉଦ୍ଧାର କରିଥିଲେ ।
ପରେ ଏନେଇ ଆଶା କର୍ମୀଙ୍କୁ ଖବର ଦେବାପରେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିଲା। ୧୦୮ ଆମ୍ବୁଲାନ୍ସ ଯୋଗେ ଶିଶୁଟିକୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁ ପୁତ୍ରଟି ବର୍ତ୍ତମାନ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ତେବେ ପରେ ଶିଶୁ ପୁତ୍ରକୁ ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

Comments are closed.