Odisha Link
Bridging the Missing Links in Odisha

ଆଜି କଶ୍ମୀର ଯିବେ ରାହୁଲ, ଜମ୍ମୁ-କଶ୍ମୀର ସରକାର ଦେଲେ ସତର୍କବାଣୀ

ଶ୍ରୀନଗର: ଆଜି କଶ୍ମୀର ଗସ୍ତରେ ଯିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ କଶ୍ମୀର ଗସ୍ତରେ ଯାଉଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାହୁଲ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍‌ଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ଆଜି କଶ୍ମୀର ଯାତ୍ରା କରିବେ। ଏଥିସହିତ ରାହୁଲ ତାଙ୍କ ସହିତ ଆଉ ୯ ଜଣ ନେତା କଶ୍ମୀର ଗସ୍ତ କରିବାର ସୂଚନା ରହିଛି। ରାହୁଲଙ୍କ ସହ ଅନ୍ୟ କିଛି ନେତା ଯିବାର ଥିବାରୁ ରାଜ୍ୟପାଳ ମଲିକ୍‌ ଚେତାବନୀ ଦେଇଛନ୍ତି, ସେମାନଙ୍କ ଗସ୍ତ ସମୟରେ ଉପତ୍ୟକାରେ ଯେପରି କୌଣସି ହିଂସା ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି।

ତେବେ ଏହାର ପ୍ରତିକ୍ରିୟାରେ ଜମ୍ମୁ-କଶ୍ମୀର ସରକାର ଟ୍ୱିଟର ଯୋଗେ କହିଛନ୍ତି, କଶ୍ମୀରରେ ସାଧାରଣ ଜୀବନ ସ୍ୱାଭାବିକ ହେବାକୁ ଆରମ୍ଭ କରିଥିବାରୁ ବରିଷ୍ଠ ନେତାମାନେ ଏଥିରେ ବାଧା ଉପୁଜାଇ ହିଂସା ସୃଷ୍ଟି କରାଇବାର ପ୍ରୟାସ କରିବା ଉଚିତ ନୁହେଁ। ସରକାରଙ୍କ ପକ୍ଷରୁ କୁହାଯାଇଛି, ସରକାର ସୀମାପାର ଆତଙ୍କବାଦରୁ ଏବଂ ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି। ଏହି ନେତାମାନେ କଶ୍ମୀର ଆସିବା କଟକଣାର ଉଲ୍ଲଂଘନ ହେବ ଏବଂ ଅନ୍ୟ ଲୋକଙ୍କୁ ଅସୁବିଧାରେ ପକାଇବ। ତେଣୁ ସେମାନଙ୍କୁ ଅନୁରୋଧ କରାଯାଉଛି ସରକାରଙ୍କ ସହଯୋଗ କରନ୍ତୁ ଏବଂ ଶ୍ରୀନଗର ଗସ୍ତରୁ ବିରତ ରୁହନ୍ତୁ।

Comments are closed.