ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ବଳଦିଆବନ୍ଧ ନିକଟରେ ସୋମବାର ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ମୁତାବକ, ବଳଦିଆବନ୍ଧ ରାସ୍ତା କାମରେ ନିୟୋଜିତ ହୋଇଥିବା ଏକ ଗ୍ରେଡର୍ ମେସିନ୍ ପ୍ରଥମେ ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଏହା ପରେ ପୁଣି ଏକ ବାଇକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଜଣେ ପ୍ରାଣ ହରାଇଥିଲେ । ଏହା ସହିତ ୪ ଜଣ ଗୁରୁତର ହୋଇଛନ୍ତି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
Comments are closed.