Odisha Link
Bridging the Missing Links in Odisha

ପୁରୀ ଉଚ୍ଛେଦ ପ୍ରକ୍ରିୟା : ରାଜ୍ୟପାଳଙ୍କୁ ଭେଟିଲେ ସେବାୟତ ଓ କଂଗ୍ରେସ ନେତା

ଭୁବନେଶ୍ୱର : ଶ୍ରୀମନ୍ଦିର ମେଘନାଦ ପାଚେରୀ ଚତୁଃପାର୍ଶ୍ୱରୁ ବେଆଇନ ନିର୍ମାଣ ଉଚ୍ଛେଦ ପରେ ଆଜି ପାଚେରୀଠୁ ୭୫ ମିଟର ଯାଏ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବିପଦଶଙ୍କୁଳ ଅବସ୍ଥାରେ ଥିବା ଦର୍ଶାଇ ଲଙ୍ଗୁଳି ମଠ ଏବଂ ଏହା ପରିସରରେ ଥିବା ଦୋକାନ ଘର ମଧ୍ୟ ଉଚ୍ଛେଦ କରାଯାଉଛି। ତେବେ ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କୁ ପ୍ରଥମେ ଅନ୍ୟତ୍ର ଥଇଥାନ କରି ପରେ ଉଚ୍ଛେଦ କରିବା ଦାବିରେ କଂଗ୍ରେସ ନେତା ଓ ସେବାୟତ ରାଜ୍ୟପାଳଙ୍କୁ ଭେଟିଛନ୍ତି।
କ୍ଷତିଗ୍ରସ୍ତମାନଙ୍କୁ ଥଇଥାନ ସହ କ୍ଷତିପୂରଣ ଦେବା ପରେ ଉଚ୍ଛେଦ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏଥିସହ ସରକାରଙ୍କ ଥଇଥାନ ପ୍ରତିଶ୍ରୁତିକୁ ନେଇ ବରିଷ୍ଠ ଦଇତା ସେବାୟତ ବିନାୟକ ଦାସମହାପାତ୍ର ଆଶଙ୍କା ପ୍ରକାଶ କରିଛନ୍ତି।

Comments are closed.