Odisha Link
Bridging the Missing Links in Odisha

ଖୋର୍ଦ୍ଧାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଆଖି ବୁଜିଲେ ବାପା ଓ ୨ ପୁଅ

ଖୋର୍ଦ୍ଧା: ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି। ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟ ଗଡ଼ଖୋର୍ଦ୍ଧାରେ ନିକଟରେ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ ବାପା ଓ ୨ ପୁଅ ଆଖି ବୁଜିଛନ୍ତି। ମୃତକମାନେ ହେଲେ କୃଷ୍ଣ ପାତାଳସିଂହ, ବିକ୍ରମ ପାତାଳସିଂହ ଓ ସଂଜୟ ପାତାଳ ସିଂହ। ମୃତକଙ୍କ ଘର ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଅଞ୍ଚଳରେ।

ଗତକାଲି ବିଳମ୍ବିତ ରାତିରେ ବାପ ଓ ଦୁଇ ପୁଅ ଭୁବନେଶ୍ୱରରୁ ବାଇକ୍‌ ଯୋଗେ ଖୋର୍ଦ୍ଧା ଫେରୁଥିଲେ। ଗଡ଼ଖୋର୍ଦ୍ଧାରେ ନିକଟରେ ଏକ ମିନି ଟ୍ରକ୍‌ ସେମାନଙ୍କୁ ପିଟି ଦେଇଥିଲା। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ୨ ପୁଅଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନେ ଆଖି ବୁଜିଲେ। ଟାଉନ ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ପୁଲିସ୍‌ ଦୁର୍ଘଟଣା ଘଟାଇଥିବା ମିନି ଟ୍ରକ୍‌କୁ ଜବତ କରିଛି। ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି।

Comments are closed.