Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀର: ଆଜି ସୁପ୍ରିମକୋର୍ଟରେ ହେବ ୧୪ ୟାଚିକାର ଶୁଣାଣି, ମୋଦି ସରକାର କରିପାରନ୍ତି ବଡ଼ ଘୋଷଣା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଜି ହେଉଛି ଜମ୍ମୁ-କଶ୍ମୀର ପାଇଁ ଏକ ବଡ଼ ଦିନ। କାରଣ ଆଜି ସୁପ୍ରିମକୋର୍ଟ ଜମ୍ମୁ-କଶ୍ମୀରକୁ ନେଇ ହୋଇଥିବା ୧୪ଟି ୟାଚିକର ଶୁଣାଣି କରିବେ। ଧାରା ୩୭୦କୁ ଦୁର୍ବଳ କରାଯାଇଥିବା ବିରୋଧରେ ମଧ୍ୟ ୟାଚିକା ଅଛି। ଅପରପକ୍ଷେ ଜମ୍ମୁ-କଶ୍ମୀର ପାଇଁ ଆଜି ବଡ଼ ପ୍ୟାକେଜ୍‌ ଘୋଷଣା କରିପାରନ୍ତି ମୋଦି ସରକାର।

ମୋଦି ସରକାର କରିପାରନ୍ତି ବଡ଼ ଘୋଷଣା:
ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ ବୈଠକ। ଏହି ବୈଠକରେ ଜମ୍ମୁକାଶ୍ମୀରର ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ହେଉଛି। ଜାମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ଘାଟିକୁ କିଭଳି ଅର୍ଥନୈତିକ ଦୃଷ୍ଟିକୋଣରୁ ମଜବୁତ କରାଯାଇପାରିବେ ସେଥିପାଇଁ ଏହି ପ୍ୟାକେଜ ବ୍ୟବସ୍ଥା ରହିବ। ଜମ୍ମୁ-କାଶ୍ମୀର ଓ ଲଦାଖ କେନ୍ଦ୍ର ଦ୍ୱାରା ପରିଚାଳିତ ହେବା ପୂର୍ବରୁ ଏହି ଘୋଷଣା କରି ଲୋକମାନଙ୍କୁ ଖୁସି କରିବାକୁ ଚାହିଁପାରନ୍ତି ସରକାର।

ଜମ୍ମୁକାଶ୍ମୀର ପୁନଃର୍ଗଠନ ଆଇନ ଅନୁଯାୟୀ ଆସନ୍ତା ଅକ୍ଟୋବର ୩୧ତାରିଖରୁ ଜାମ୍ମୁ-କାଶ୍ମୀର ଓ ଲଦାଖ ଦୁଇଟି ଭିନ୍ନ ଭିନ୍ନ କେନ୍ଦ୍ର ଶାସିତ ଅଂଚଳ ହେବ। ଆଜି ସନ୍ଧ୍ୟାରେ ମୋଦି ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ବସିବ। ବୈଠକ ପରେ ଏହି ଘୋଷଣା କରାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀପରିଷଦ ବୈଠକ ବସିବ। ଏହି ବୈଠକରେ ଚିନ୍‌ର ଦୋମୁହାଁ ନୀତି, ଅର୍ଥନୈତିକ ମାନ୍ଦାବସ୍ଥା ସହ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ବୋଲି ସୂଚନା ରହିଛି।

Comments are closed.