Odisha Link
Bridging the Missing Links in Odisha

ରାନୁ ମଣ୍ଡଳଙ୍କ ନକଲ କରିବା ନେଇ ମୁହଁ ଖୋଲିଲେ ପପୁ

ଭୁବନେଶ୍ୱର : ସୋସିଆଲ ମିଡିଆରେ ସେନସେସନ୍‌ ପାଲଟିଥିବା ରାନୁ ମଣ୍ଡଳ ବଲିଡଡ୍ ସଂଗୀତ ନିର୍ଦେଶକ ହିମେଶ ରେଶମିୟାଁଙ୍କ ସହ ଯେଉଁ ଗୀତ ରେକର୍ଡ କରିଛନ୍ତି, ତାର ଏକ ଛୋଟିଆ ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି। ଆଉ ଏହି ଗୀତ କୋଟି କୋଟି ଭାରତୀୟଙ୍କ ମନକୁ ଛୁଇଁଥିବା ବେଳେ, ଅନେକ ମଧ୍ୟ ଏହି ଭିଡିଓର ନକଲ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଆଉ ଏମାନଙ୍କ ତାଲିକାରେ ପପୁ ପମପମ୍‌ ବି ସାମିଲ ହୋଇ ବିବାଦ ଘେରକୁ ଆସିଛନ୍ତି। ବହୁ ଲୋକ ଏଥିପାଇଁ ପପୁ ପମପମଙ୍କୁ ସମାଲୋଚନା କରିଛନ୍ତି।
ତେବେ ଏହି ଘଟଣାକୁ ନେଇ ପପୁ ମୁହଁ ଖୋଲିଛନ୍ତି। ପପୁ କହିଛନ୍ତି, ମୁଁ ମଧ୍ୟ ରାନୁ ମଣ୍ଡଳଙ୍କୁ ପ୍ରଶଂସା ଓ ସମ୍ମାନ କରେ। ରାନୁଙ୍କ ନକଲ କରି ଅଭିନୟ କରିବା ତାଙ୍କୁ ଅସମ୍ମାନ କରିବା ଉଦ୍ଦେଶ୍ୟରେ କରାଯାଇନାହିଁ। ଏମିତି ଅନେକ ଲୋକ ତାଙ୍କର ନକଲ କରିଛନ୍ତି। ଟିକଟକ୍‌ରେ ଏମିତି ଅନେକ ଭିଡିଓ ପୋଷ୍ଟ ଓ ସେୟାର ବି ହୋଇଛି। ମୁଁ ରାନୁଙ୍କୁ ଏକା ନକଲି କରି ନାହିଁ, ତାଙ୍କୁ ଅନେକ ନକଲ କରିଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

Comments are closed.