Odisha Link
Bridging the Missing Links in Odisha

ଡମ୍ଫର ଧକ୍କାରେ ୪ବର୍ଷର ଶିଶୁ ମୃତ

ମୟୂରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ବାଦାମପାହାଡ଼ ମାଇନ୍ସ ଅଫିସ ନିକଟରେ ଡମ୍ଫର ଧକ୍କାରେ ୪ବର୍ଷର ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତକ ଶିଶୁ ହେଲେ ବାଦାମପାହାଡ଼ ସିପି ହାଟିଙ୍ଗର ଆରତୀ ବାଦ୍ରା। ଅଭିଭାବକ ବାଦାମପାହାଡ଼ ଶିଶୁ ମନ୍ଦିର ସ୍କୁଲରୁ ଶିଶୁଟିକୁ ନେଇ ବାଇକରେ ଘରକୁ ଫେରୁଥିବା ବେଳେ ଟ୍ରକ୍ ଚାପି ଦେଇଥିଲା। ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା।
ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଶତାଧିକ ଲୋକେ ଗାଡି ଡ୍ରାଇଭରଙ୍କୁ ମାଡ ମାରିଥିବା ବେଳେ ଡ୍ରାଇଭର ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡ଼ିରହିଥିଲେ। ଉତ୍ୟକ୍ତ ଲୋକେ ମାଇନ୍ସ ଅଫିସକୁ ମଧ୍ୟ ଭଙ୍ଗାରୁଜା କରୁଛନ୍ତି।

Comments are closed.