Odisha Link
Bridging the Missing Links in Odisha

୧୯ କିଲୋର ଗଞ୍ଜେଇ ଜବତ

ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦା ଘାଟ ନିକଟରୁ ୧୯ କିଲୋର ଗଞ୍ଜେଇ ଜବତ ହୋଇଛି। ବ୍ରହ୍ମପୁରଠାରୁ ପୁରୀକୁ ଏକ ଇଣ୍ଡିଗୋ କାରରେ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଖବର ପାଇ କୃଷ୍ଣପ୍ରସାଦ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇ ବୋଝେଇ କାରକୁ ଜବତ କରିଛି।
ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଜଣେ ବ୍ରହ୍ମଗିରି ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁରୀର ବୋଲି ପୋଲିସ ସୂଚନା ଦେଇଛି।

Comments are closed.