ରାଜଧାନୀ ଟ୍ରାଫିକରେ ଜଗି ରହିଛି ଡ୍ରୋନ୍ କ୍ୟାମେରା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଡ୍ରୋନ୍ କ୍ୟାମେରାରେ ଚାଲିଛି ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା। ଯେଉଁମାନେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ଆକାଶର୍ମାଗରୁ ଡ୍ରୋନ୍ କ୍ୟାମେରାରେ ଠାବ କରା ଯାଉଛି।
ଗତକାଲି ଗୋଟିଏ ଦିନରେ ୨୭ଟି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିଛି ଡ୍ରୋନ୍ କ୍ୟାମେରା। ସମ୍ପୃକ୍ତ ଗାଡ଼ି ଚାଳକମାନଙ୍କ ନିକଟରୁ ୧୩ ହଜାର ୫ଶହ ଟଙ୍କା ଜରିମାନା ଆଦାୟ ହୋଇଛି।ଅନ୍ୟପକ୍ଷରେ ଡ୍ରୋନ୍ କ୍ୟାମେରା ପରିଚାଳନା ନେଇ ଟ୍ରାଫିକ କର୍ମଚାରୀଙ୍କୁ ଅବଗତ କରାଯାଉଥିବା ଜଣାପଡ଼ିଛି।