Odisha Link
Bridging the Missing Links in Odisha

ଭୁବନେଶ୍ବର ପରେ କଟକରେ ଆରମ୍ଭ ହେଲା ଟ୍ରାଫିକ କଟକଣା

ଭୁବନେଶ୍ୱର : ସବୁଠି ଏବେ ଟ୍ରାଫିକ ଚିନ୍ତା। ରାଜଧାନୀ ଭୁବନେଶ୍ୱର ହେଉ ଅବା କଟକ। ଚାରିଆଡେ଼ ଟ୍ରାଫିକ ସମସ୍ୟା। ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ପରେ ଏବେ କଟକ ଟ୍ରାଫିକ ସମସ୍ୟା ମୁଣ୍ଡବ୍ୟଥାର କାରଣ ସାଜିଛି। ଆଉ ଏହାକୁ ନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ ଏଣିକି ରିଂ-ରୋଡରୁ ଜବରଦଖଲ ଉଚ୍ଛେଦ କରାଯିବ। ପାର୍କିଂ ପ୍ଲେସ ତିଆରି ହେବ। ଓଏମପି ସ୍କୋୟାରରୁ ଲିଙ୍କ ରୋଡ ରାସ୍ତାରେ କୌଣସି ବସ ପାର୍କିଂ କରିପାରିବେ ନାହିଁ। ଓଏମପି ଲିଙ୍କ ରୋଡ ଯାଏ କୌଣସି ବସ ଯାତ୍ରୀଙ୍କୁ ଉଠାଇ ପାରିବେ ନାହିଁ କି ଓହ୍ଲାଇ ପାରିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Comments are closed.