ବିଦ୍ୟୁତ୍ ଆଘାତରେ ଗଲା ଯୁବକଙ୍କ ଜୀବନ

ନୀଳଗିରି : ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ଯୁବକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ସିଆଡ଼ିମାଳ ଗ୍ରାମର ଲକ୍ଷ୍ମୀଧର ବେହେରା । ସେ ବାଲିଗୋହିରି ଅଞ୍ଚଳରେ ଏକ ଓଲଡିଂ ଦୋକାନରେ କାର୍ଯ୍ୟ କରନ୍ତି।
ଆଜି ବଜାରରେ ଆଲୁମିନିୟମ କବାଟ ଓ ଝରକା ବନ୍ଧ ଡ୍ରିଲ ମେସିନ ଧରି କାମ କରୁଥିବା ବେଳେ ମେସିନଟି ଚାର୍ଜ ହୋଇଯିବାରୁ କରେଣ୍ଟ ଟାଣି ଧରିଥିଲା। ତେବେ ଅଚେତ ହୋଇ ତଳେ ପଡ଼ିଯିବାରୁ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।