Odisha Link
Bridging the Missing Links in Odisha

ପ୍ରତାରକ ଶିକ୍ଷକଙ୍କ ଘର ଆଗରେ ଧାରଣା

ରାୟଗଡ଼ା : ପ୍ରେମରୁ ପ୍ରତାରଣା। ପରେ ନ୍ୟାୟ ଦାବିରେ ଧାରଣା। ପ୍ରତାରଣା ଆଉ କେହି ନୁହେଁ ଜଣେ ଶିକ୍ଷକ ଦେଇଛନ୍ତି। ଆଉ ଶେଷରେ ନ୍ୟାୟ ପାଇବା ପାଇଁ ଯୁବତୀଙ୍କ ସହ ତାଙ୍କ ବାପା ମାଙ୍କ ସହ ସମ୍ପୃକ୍ତ ପ୍ରତାରକ ଶିକ୍ଷକଙ୍କ ଘର ଆଗରେ ଧାରଣା ଦେଇଛନ୍ତି। ଏଭଳି ଏକ ଘଟଣା ଘଟିଛି ରାୟଗଡ଼ାରେ।
ସମ୍ପୂର୍ଣ୍ଣ ଘଟଣାଟି କିଛି ଏହିପରି ଘଟିଛି। ରାୟଗଡ଼ାର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଯୁବତୀ ଜଣକ ପଢୁଥିଲେ। ଏହି ପାଠ ପଢା ସମୟରେ ଯୁବତୀ ଜଣକ ଉକ୍ତ କଲେଜର ଜଣେ ଶିକ୍ଷକଙ୍କୁ ଭଲ ପାଇ ବସିଲେ। ଉଭୟଙ୍କ ମଧ୍ୟରେ ଗଢି ଉଠିଲା ପ୍ରେମ ସମ୍ପର୍କ। ଶିକ୍ଷକ ମଧ୍ୟ ବିବାହର ପ୍ରଲୋଭନ ଦେଖାଇ ସମ୍ପୃକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ।
ତେବେ ଏହାରି ଭିତରେ ଶିକ୍ଷକ ଜଣକ ଆଉ କାହାକୁ ବାହା ହେବାକୁ ସ୍ଥିର କଲେ। ତେବେ ଶିକ୍ଷକଙ୍କ ବିବାହ ଅନ୍ୟତ୍ର ଠିକ ହୋଇଯାଇଥିବା ଜାଣିପାରି ଶେଷରେ ଯୁବତୀ ଜଣକ ନିଜ ବାପା ମା ସହ ସମ୍ପୃକ୍ତ ଶିକ୍ଷକ ଘର ରାୟଗଡ଼ା ଶେଷଖାଇ ଥାନା ପିତାମହଲ ଘର ଆଗରେ ଧାରଣା ଦେଇଛନ୍ତି।

Comments are closed.