Odisha Link
Bridging the Missing Links in Odisha

ତିହାର୍ ଜେଲ୍ ଯିବାକୁ ଅମଙ୍ଗ ଚିଦାମ୍ୱରମ୍

ନୂଆଦିଲ୍ଲୀ: ଜେଲ୍‌ ଯିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍। ସେ ବର୍ତ୍ତମାନ ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ସିବିଆଇ ରିମାଣ୍ଡରେ ଅଛନ୍ତି। ବୟସ ୭୪ ହୋଇଥିବାରୁ ତାଙ୍କୁ ଜେଲ୍ ପରିବର୍ତ୍ତେ ଗୃହବନ୍ଦୀ କରି ରଖାଯାଉ ବୋଲି ସୁପ୍ରିମକୋର୍ଟରେ ଆଜି ଶୁଣାଣି ବେଳେ ଚିଦାମ୍ୱରମ୍ କହିଛନ୍ତି।

ଅଗଷ୍ଟ ୨୧ରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଏହି ବରିଷ୍ଠ କଂଗ୍ରେସ ନେତା ୧୧ ଦିନ ହେଲା ସିବିଆଇ ରିମାଣ୍ଡରେ ଅଛନ୍ତି। ଆଜି ଆଉ ତିନି ଦିନି ରିମାଣ୍ଡରେ ନେବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ଦୁର୍ନୀତି ମାମଲାରେ ଚିଦାମ୍ୱରମ୍ ଗିରଫ ହୋଇଥିବାରୁ ଅଗ୍ରୀମ ଜାମିନ ପରିବର୍ତ୍ତେ ନିୟମିତ ଜାମିନ ପାଇଁ ତଳ କୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଆର. ଭାନୁମତୀ ଏବଂ ଏସ. ବୋପାନ୍ନା ଚିଦାମ୍ୱରମଙ୍କ ମାମଲାର ଶୁଣାଣି କରୁଛନ୍ତି।

ଜେଲ୍ ଯିବା ପାଇଁ ଚିଦାମ୍ୱରମ୍ ଯେଉଁ ପକ୍ଷ ସୁପ୍ରିମକୋର୍ଟରେ ଏବେ ରଖୁଛନ୍ତି ସେହି ପକ୍ଷ ସିବିଆଇର ସ୍ୱତନ୍ତ୍ର ଅଦାଲତରେ କାହିଁକି ରଖୁନାହାନ୍ତି ବୋଲି ସୁପ୍ରିମକୋର୍ଟ ଚିଦାମ୍ୱରମଙ୍କୁ ଶୁଣାଣି ବେଳେ ପ୍ରଶ୍ନ କରିଛନ୍ତି। କାରଣ ସିବିଆଇ କୋର୍ଟ ହିଁ ସ୍ଥିର କରିବ ଚିଦାମ୍ୱରମ୍ କେଉଁ ଜେଲକୁ ଯିବେ। ଦେଶର ଏହି ବରିଷ୍ଠ ନେତା ସିବିଆଇ ରିମାଣ୍ଡ ବେଳେ ସିବିଆଇର ଏକ ଗେଷ୍ଟ ହାଉସରେ ରହୁଛନ୍ତି ବୋଲି ଜଣାପଡ଼ିଛି।

Comments are closed.