Odisha Link
Bridging the Missing Links in Odisha

ମାଟି ଅତଡ଼ା ଖସି କୋରାପୁଟ-ବୋରିଗୁମ୍ମା ଯାତାୟତ ଠପ୍

କୋରାପୁଟ: କୋରାପୁଟ ଜିଲ୍ଲାରେ ଗତ ତିିନିଦିନ ହେବ ଭୀଷଣ ବୃଷ୍ଟିପାତ ହୋଇଛି। ଯାହାଫଳରେ ଆଜି ଭୋର ସମୟରେ ତେଲେଙ୍ଗିରି ନଦୀବନ୍ଧ ପାର୍ଶ୍ୱ ଦେଇ ଯାଇଥିବା କୋରାପୁଟ-ବୋରିଗୁମ୍ମା ରାଜପଥ ଉପରେ ରାଣିଗଡ଼ ଗାଁ ନିକଟରେ ପାହାଡ଼ ଉପରୁ ବିଶାଳ ଆକାର ପଥର ଓ ମାଟି ଅତଡା ଖସିଛି। ଯେଉଁଥିପାଇଁ କୋରାପୁଟ ଓ ବୋରିଗୁମ୍ମା ମଧ୍ୟରେ ଯିବାଆସିବା ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ପ୍ରଶାସନ ରାସ୍ତା ଉପରୁ ମାଟି କାଢ଼ିବା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ସରିନାହିଁ। ଜିଲ୍ଲା ପ୍ରଶାସନ ଦୁଇଟି ଜେସିପି ମଧ୍ୟମରେ ରାସ୍ତାରୁ ମାଟି ସ ପଥର ଉଠାଉଛି।

ଆଗକୁ ଆହୁରି ବର୍ଷା ହେଲେ ସ୍ଥିତି ସଙ୍ଗୀନ ହେବ। ପାହାଡ଼ରୁ ମାଟି ଓ ପଥର ଖସିବାର ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ। ଗତକାଲି ଠାରୁ ଆଜି ମଧ୍ୟରେ କୋରାପୁଟ ଜିଲ୍ଲାରେ ସମୁଦାୟ ୬୪୭.୪ ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.