Odisha Link
Bridging the Missing Links in Odisha

ଏବେ ଭାରତରୁ ଔଷଧ କିଣିବ ପାକିସ୍ତାନ

ନୂଆଦିଲ୍ଲୀ: ପାଗଳ ପରି ହେଉଥିବା ପାକିସ୍ତାନ ଧିରେ ଧିରେ ଭାରତର ଶରଣ ପଶୁଛି। ବିଶେଷକରି ଦିନକୁ ଦିନ ମହଙ୍ଗା ମାଡ଼ରେ ଘାଇଲା ହେଉଛି ପାକିସ୍ତାନ। ହେଲେ ଭାରତଠାରୁ ଅତ୍ୟାବଶ୍ୟକ ଜୀବନରକ୍ଷାକାରୀ ଔଷଧ ଆମଦାନୀ କରିବ ପାକିସ୍ତାନ। ଏନେଇ ଅନୁମତି ଦେଇଛନ୍ତି ପାକିସ୍ତାନ ସରକାର। ଏ ନେଇ ପାକିସ୍ତାନର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ବୋଲି ପାକିସ୍ତାନୀ ଚ୍ୟାନେଲ ଜିଓ ଟିଭିରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।

ଗତ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଦୁଇ ଦେଶର ଦ୍ୱିପାକ୍ଷିକ ସଂପର୍କ ଖରାପ ହୋଇଯାଇଥିଲା। ଭାରତର ନିଷ୍ପତ୍ତି ପ୍ରତିବାଦରେ ପାକିସ୍ତାନ କୂଟନୈତିକ ସଂପର୍କ ହ୍ରାସ କରିବା ସହ ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ବନ୍ଦ କରିଦେଇଥିଲେ। କିନ୍ତୁ ଏହା ଦ୍ୱାରା ଭାରତ ଉପରେ ସେଭଳି କୌଣସି ପ୍ରଭାବ ପଡିନଥିଲେ ମଧ୍ୟ ପାକିସ୍ତାନରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜୀବନରକ୍ଷାକାରୀ ଔଷଧର ଦାମ ବେଶ ମହଙ୍ଗା ହୋଇଯାଇଥିଲା।

ଏହାର ବିରୋଧରେ ପାକିସ୍ତାନର ସାଧାରଣ ଲୋକେ ପ୍ରବଳ ବିରୋଧ କରିଥିଲେ।ଫଳରେ ଲୋକଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ଶେଷରେ ପାକିସ୍ତାନ ସରକାର ଔଷଧ ଆମଦାନୀ ଲାଗି ଅନୁମତି ଦେଇଥିବା ଜଣାଯାଇଛି।

Comments are closed.