Odisha Link
Bridging the Missing Links in Odisha

ପୂଜାଚାନ୍ଦା ମାଗି ଫସିଲେ ୧୩ ଜଣ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଚାଲିଛି ପାର୍ବଣର ଋତୁ। ଫଳରେ ଚାନ୍ଦା ମଗା ର‍୍ୟାକେଟ ବେଶ୍‌ ସକ୍ରିୟ। ହେଲେ ପୂଜା ଚାନ୍ଦା ମାଗି ଫସିଗଲେ ୧୩ ଜଣ। ଯୋର ଜବରଦସ୍ତ ପୂଜା ଚାନ୍ଦା ମାଗିବା ଅଭିଯୋଗରେ ୧୩ ଜଣ ବନ୍ଧା ହେଲେ। ଭୁବନେଶ୍ୱର, ଢେଙ୍କାନାଳ, ସୁନ୍ଦରଗଡ଼, ରାୟଗଡ଼ାରେ ଏନେଇ ୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ପୂଜା ଚାନ୍ଦା ମାଗିବା ଅଭିଯୋଗରେ ଏସବୁ ଅଞ୍ଚଳରୁ ୫ ଜଣଙ୍କୁ ଗିରଫ କରାଯାଇଛି। ପାର୍ବଣରେ ବେଆଇନ ଚାନ୍ଦା ଉପରେ ରୋକ୍ ଲଗାଇବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଯୋର ଜବରଦସ୍ତ ଚାନ୍ଦା ଆଦାୟ ନେଇ କଟକଣା ଜାରି କରିଥିଲା କମିଶନେରେଟ୍‌ ପୁଲିସ୍‌।

ଏମିତିକି ଯୋର ଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗ ଆସିଲେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଚେତାବନୀ ଦିଆଯାଥିଲା। ମୁଖ୍ୟତ ଚାନ୍ଦା ଆଦାୟକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.