Odisha Link
Bridging the Missing Links in Odisha

୨ ଟ୍ରାଫିକ କନଷ୍ଟେବଳ ନିଲମ୍ବିତ

ଭୁବନେଶ୍ୱର : ଡ୍ୟୁଟି ସମୟରେ ମଦ୍ୟପାନ କରିବା ଦୁଇ ଜଣ ଟ୍ରାଫିକ କନଷ୍ଟବଳଙ୍କୁ ମହଙ୍ଗା ପଡ଼ିଛି। ରାଜଧାନୀ ଭୁବନେଶ୍ୱରର ରୁପାଲି ଛକରେ ଡ୍ୟୁଟି ସମୟରେ ଟ୍ରାଫିକ ପୋଲିସଙ୍କ ମଦ୍ୟପାନ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସମ୍ପୃକ୍ତ ଦୁଇ ଟ୍ରାଫିକ କନେଷ୍ଟେବଳଙ୍କୁ ଡିସିପି ଅନୁପ ସାହୁ ନିଲମ୍ବନ କରିଛନ୍ତି।
ରାଜ୍ୟରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ପରେ ବେପାରୁଆ ହୋଇ ୨ଜଣ ଟ୍ରାଫିକ ପୋଲିସ କନେଷ୍ଟେବଳ ଭୁବନେଶ୍ୱର ରୁପାଲି ଛକରେ ଡ୍ୟୁଟି କରୁଥିଲେ। ଏହା ସହ ସେମାନେ ଡ୍ୟୁଟି ସମୟରେ ମଦ୍ୟପାନ କରୁଥିବା ଘଟଣା ସାମନାକୁ ଆସିଥିଲା। ନିଜ ପୋଷ୍ଟଛାଡ଼ି ମଦ୍ୟପାନ କରୁଥିବାରୁ ଦୁଇ ଟ୍ରାଫିକ ପୋଲିସ କନେଷ୍ଟେବଳଙ୍କୁ ପ୍ରଥମେ କାରଣ ଦର୍ଶାଓ ନୋଟିସ ଜାରି କରି ନିଜ ପକ୍ଷ ରଖିବାକୁ କୁହାଯାଇଥିଲା। ଏହା ପରେ ଆଜି ଭୁବନେଶ୍ୱର ଡିସିପି ଅନୁପ ସାହୁ ଦୁଇଜଣଙ୍କୁ ନିଲମ୍ବନ କରିଛନ୍ତି।

Comments are closed.