Odisha Link
Bridging the Missing Links in Odisha

ପୁଣି ତଣ୍ଡ ଗଣିଲେ ଅଟୋ ଚାଳକ

ଭୁବନେଶ୍ୱର: ଟ୍ରାଫିକ ନିୟମ ଭାଙ୍ଗି ପୁଣି ରାଜଧାନୀରେ ଫସିଲେ ଆଉ ଜଣେ ଅଟୋ ଚାଳକ। ଅଟୋ ଚାଳକଙ୍କୁ ତ୍ରାହି ନାହିଁ। ନିଜ ପକେଟରୁ ଗଣିଲେ ୨୭ ହଜାର ଟଙ୍କା ଫାଇନ୍। ଗତକାଲି ଅଟୋ ଡ୍ରାଇଭର ଉପରେ ୪୭ ହଜାର ୫୦୦ଟଙ୍କା ଫାଇନ ହୋଇଥିବା ବେଳେ ଆଜି ଆଉ ଏକ ଅଟୋ ଡ୍ରାଇଭର ଉପରେ ଚଡ଼କ ପଡିଛି। ବାଣୀବିହାର ଫ୍ଲାଏ ଓଭର ଉପରେ ୫ଟି ନିୟମ ଉଂଲଘନ କରିଥିବା ଅଭିଯୋଗରେ ୨୭ ହଜାର ଟଙ୍କାର ଫାଇନ ପଡିଛି। ଅଟୋ ଡ୍ରାଇଭର ଜଣକ ହେଉଛନ୍ତି କବିନ୍ଦ୍ର ସାହୁ।
ବାଣୀବିହାର ଫ୍ଲାଏଓଭରରେ ଚେକିଂ ବେଳେ ନିୟମ ଭାଙ୍ଗି ୨୭ ହଜାର ଜରିମାନା ଗଣିଲେ କବିନ୍ଦ୍ର। ସୂଚନା ଅନୁସାରେ, ପଲ୍ୟୁସନ ସାଟିର୍ଫିକଟ ନଥିବାରୁ ୧୦ ହଜାର ଟଙ୍କା, ରେଜିଷ୍ଟ୍ରେସନ ନଥିବାରୁ ୫ ହଜାର, ପରମିଟ ନଥିବାରୁ ୧୦ ହଜାର, ଇନସୁରାନ୍ସ ନଥିବାରୁ ୨ ହଜାର ଟଙ୍କାର ଫାଇନ ପଡିଛି।

Comments are closed.