Odisha Link
Bridging the Missing Links in Odisha

ସରକାରଙ୍କ ଉପରେ ପଡ଼ିବ ସାଧୁଙ୍କ ଅଭିଶାପ!

ଭୁବନେଶ୍ୱର: ବିଜୟ ମହାପାତ୍ର, ବ୍ରଜ ତ୍ରିପାଠୀଙ୍କ ପରେ ପୁରୀ ମଠ ଭଙ୍ଗା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ଶ୍ରୀମନ୍ଦିର ଚତୁଃପାର୍ଶ୍ବର ଉଚ୍ଛେଦ ପ୍ରସଙ୍ଗରେ ଜଣକ ପରେ ଜଣେ ବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି।

ପୁରୀରେ ଉଚ୍ଛେଦକୁ ନେଇ ଗୁରୁବାର କଂଗ୍ରେସ ବିଧାୟକ ସୁର ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସୁର ରାଉତରାୟ କହିଛନ୍ତି ଯେ, କଳାପାହାଡ଼ ହୋଇ ଆଉ ବେଶୀ ମଠ ଭାଗନ୍ତୁ ନାହିଁ। ଜଗନ୍ନାଥଙ୍କ ନୀତି ସହ ମଠର ସାମଞ୍ଜସ୍ୟ ରହିଛି। ଆଉ ଭାଙ୍ଗିଲେ ବାବାଜୀଙ୍କ ଆଖି ଲୁହରେ ଜଳିପୋଡ଼ି ଯିବେ। ନବୀନ ବାବୁ ଯାହା ଘୋଷଣା କରନ୍ତି ତାହା ସେ ପାଳନ କରନ୍ତି ନାହିଁ। ଚିଟଫଣ୍ଡ ଜମାକାରୀଙ୍କୁ ୩୦୦ କୋଟି ଦେବେ ବୋଲି କହିଥଲେ, ଦେଲେ କି? ନବକଳେବର ବେଳେ ୩ହଜାର କୋଟି ଖାଇଗଲେ। ଏବେ ଆଉ ମଠ ଆଡ଼କୁ ନଜର ନପକାନ୍ତୁ ବୋଲି କହିଛନ୍ତି ସୁର ରାଉତରାୟ।

Comments are closed.