Odisha Link
Bridging the Missing Links in Odisha

ଟ୍ରକ ଧକ୍କାରେ ବାପା ମୃତ, ପୁଅ ଗୁରୁତର

ପୁରୀ: ପୁରୀ ଖେଲାର-ବଳଙ୍ଗା ରାସ୍ତା ବାଣିଶ୍ରୀ କଲେଜ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇପଡ଼ିଛନ୍ତି।
ଆଜି ଭୋରୁ ପୁରୀ ଜିଲ୍ଲା କୋଣାର୍କ ଖେଲାର-ବଳଙ୍ଗା ରାସ୍ତା ବାଣିଶ୍ରୀ କଲେଜ ଛକରେ ଏକ ବାଇକ ଯୋଗେ ବାପା ପୁଅ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ବାଣିଶ୍ରୀ କଲେଜ ଛକରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ବାଇକରୁ ବାପା ଓ ପୁଅ ଦୁହେଁ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। ମୁଣ୍ଡରେ ଗଭୀର ଆଘ।ତ ଯୋଗୁଁ ଘଟଣାସ୍ଥଳରେ ବାପା ଆଖିବୁଜିଥିବା ବେଳେ ପୁଅ ଗୁରୁତର ହୋଇପଡ଼ିଥିଲେ। ଗୁରୁତରଙ୍କୁ ସ୍ଥାନୀୟ ଏକ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦାବୀ କରି ଖେଲାର ଠାରେ ଉତ୍ତ୍ୟକ୍ତ କାଜିପୁର ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଫଳରେ ନିମାପଡ଼ା-ଭୁବନେଶ୍ୱର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

Comments are closed.