Odisha Link
Bridging the Missing Links in Odisha

୪ ଦିନ ପରେ ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଜାରି

ପୁରୀ: ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଚାରି ଦିନ ବନ୍ଦ ରହିବା ପରେ ଆଜି ପୁଣି ଆରମ୍ଭ ହୋଇଛି ଉଛେଦ ଅଭିଯାନ ଚାଲିଛି। ଏମାର ମଠରେ ଥିବା ଅବଶିଷ୍ଟ ଦୋକାନ ଘରଭଙ୍ଗାଯାଉଛି। କଡା ସୁରକ୍ଷା ଭିତରେ ଚାଲିଛି ଉଚ୍ଛେଦ କାର୍ଯ୍ୟ। ଉଚ୍ଛେଦ ସ୍ଥଳରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତି ରହିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି। ରବିବାର ଛୁଟି ଦିନ ଓ ସୋମବାର ଗଣେଷ ପୂଜା ପଡିଥିବାରୁ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ୍ ରଖିଥିଲା ପୁରୀ ପ୍ରଶାସନ।
ମଙ୍ଗଳବାର ଦିନ ଆରମ୍ଭ ହୋଇଥିଲା ଉଛେଦ ପ୍ରକ୍ରିୟା ହେଲେ ଏହାକୁ ବିରୋଧ କରି ବୁଲଡୋଜର ଆଗରେ ବିଭିନ୍ନ ମଠର ସାଧୁସନ୍ଥ ବସିଥିଲେ। ଯାହା ଫଳରେ ଉଚ୍ଛେଦ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରସ୍ଥିତିକୁ ନଜରରେ ରଖି ଗତକାଲି ସର୍ବଦଳୀୟ କମିଟି ସହ ଆଲୋଚନା କରିଥିଲା ଜିଲ୍ଲା ପ୍ରଶାସନ। କିନ୍ତୁ ଏହି ଆଲୋଚନାରୁ କୌଣସି ନିଷ୍କର୍ସ ବାହାରିପାରିନଥିଲା। କିନ୍ତୁ ମନ୍ଦିରର ୭୫ ମିଟର ଭିତରେ ଥିବା ଦୋକାନ ଘର ଓ ଅସୁରକ୍ଷିତ କୋଠାକୁ ଭଙ୍ଗାଯିବ ବୋଲି କହିଥିଲେ ଜିଲ୍ଲାପାଳ। ତେବେ ମଠର ଗାଦି ଓ ମୁଖ୍ୟ ମନ୍ଦିରକୁ ଉଚ୍ଛେଦ କରାଯିବ ନାହିଁ।

ଅନ୍ୟପଟେ ମଠ ଉଚ୍ଛେଦ ବିରୋଧରେ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ ମହନ୍ତ। ମହନ୍ତ ଏବଂ ମଠାଧୀଶମାନେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଦସ୍ତଖତ ସମ୍ବଳିତ ଖୋଲା ଚିଠି ଲେଖିଛନ୍ତି। ରାଜ୍ୟ ସରକାର ମଠ ଉଚ୍ଛେଦ ନାଁରେ ଐତିହ୍ୟ ସଂସ୍କୃତି ଧ୍ୱଂସ କରୁଥିବା ଚିଠିରେ ଲେଖାଯାଇଛି। ସେପଟେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମଠ ଉଚ୍ଛେଦକୁ ନେଇ ବିରୋଧାଭାସ ଦେଖିବାକୁ ମିଳିଛି। ବିପି ଦାସ କମିଶନଙ୍କ ରିପୋର୍ଟରେ ମଠ ଉଚ୍ଛେଦକୁ ନେଇ କ’ଣ ଲେଖାଯାଇଛି ତାହା ସରକାର ସ୍ପଷ୍ଟ କରନ୍ତୁ। ଜଗଦଗୁରୁଙ୍କ ପରାମର୍ଶ ବିନା କମିଶନଙ୍କ ଏହି ରିପୋର୍ଟ ମଠ ସଂସ୍କୃତିକୁ ଲୋପ କରିବା ଏକ ଷଡଯନ୍ତ୍ର ବୋଲି ବିଶ୍ୱ ହିନ୍ଦୁ ପରିଷଦ କହିଛି ।

Comments are closed.