ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମ୍ର ୬ଟି ଗେଟ୍ ବନ୍ଦ କରି ଦିଆ ଯାଇଛି। ପୂର୍ବରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା ବେଳେ ବର୍ତ୍ତମାନ ୬ଟି ଗେଟ୍କୁ ବନ୍ଦ ରଖାଯାଇଛି। ଫଳରେ ଏବେ ମାତ୍ର ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।
ବର୍ତ୍ତମାନ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୭୧ ହଜାର ୪୫୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୧୭ ହଜାର ୭୬୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ଜଣାପଡ଼ିଛି।