Odisha Link
Bridging the Missing Links in Odisha

ଅଜଣା ମହିଳାଙ୍କ କଟାମୁଣ୍ଡ ଜବତ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପାଟୁଳିଡିହି ଗ୍ରାମରେ ଏକ ଆଭାବନୀୟ ଘଟଣା ଘଟିଛି। ଜଣେ ବିଧବା ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଗ୍ରାମରେ ଜଣେ ମହିଳାଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତଦେହରେ ମୁଣ୍ଡଠାରୁ ଗଣ୍ଡି ଅଲଗା ହୋଇ ପଡ଼ିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଁଞ୍ଚି ଖଣ୍ଡ ବିଖଣ୍ଡିତ ମୃତ ଦେହକୁ ଜବତ କରିଛି। ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି। ମହିଳାଙ୍କୁ କେହି ହତ୍ୟାକରି ଫିଙ୍ଗୀ ଦେଇଥିବା ସନ୍ଦେହ କରାଯାଉଛି।

Comments are closed.