Odisha Link
Bridging the Missing Links in Odisha

ପାକ୍‌ ଅଧିକୃତ କଶ୍ମୀର ପ୍ରସଙ୍ଗରେ ଏମିତି କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ। ମୋଦି ସରକାରର ଦ୍ବିତୀୟ ପାଳିର ୧୦୦ ଦିନର ସଫଳତା ବିଷୟରେ କହିଛନ୍ତି ଜିତେନ୍ଦ୍ର ସିଂହ। ସେ କହିଛନ୍ତି ଯେ, ଏହି ୧୦୦ ଦିନରେ ସବୁଠୁ ବଡ଼ ଉପଲବ୍ଧି ହେଉଛି ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟେଇବା। ଏଥିସହିତ ଆମର ଆଗାମୀ ଏଜେଣ୍ଡା ହେଉଛି ପାକିସ୍ତାନ ଅଧିକୃତ କଶ୍ମୀରକୁ ଭାରତରେ ମିଶାଇବା। ଜିତେନ୍ଦ୍ର ସିଂହ ପାକିସ୍ତାନ ଅଧିକୃତ କଶ୍ମୀର ପ୍ରସଙ୍ଗରେ କହିଛନ୍ତି, ଏହା କେବଳ ମୋର ପାର୍ଟିର ସଂକଳ୍ପ ନୁହେଁ, ବରଂ ଏହା ୧୯୯୪ରେ ପିଭି ନରସିଂହ ରାଓଙ୍କ ନେତୃତ୍ୱରେ ପରିଚାଳିତ ତତ୍କାଳୀନ କଂଗ୍ରେସ ଦ୍ୱାରା ସର୍ବସମ୍ମତିରେ ଗୃହୀତ ସଂକଳ୍ପ।

ଭାରତକୁ ବିଶ୍ୱର ଅଧିକାଂଶ ରାଷ୍ଟ୍ର ସମର୍ଥନ କରୁଛନ୍ତି। ସେ କହିଛନ୍ତି ଯେ, କିଛି ଦେଶ, ଯେଉଁମାନେ ଭାରତକୁ ସମର୍ଥନ କରୁ ନଥିଲେ, ସେମାନେ ଏବେ ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି। ସିଂହ କହିଛନ୍ତି ଯେ, ଆମ ଆଦମୀକୁ ମିଳୁଥିବା ଲାଭକୁ ନେଇ ସମସ୍ତେ ଖୁସି ଅଛନ୍ତି।

ଏଥିସହିତ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, କଶ୍ମୀର ବନ୍ଦ ହୋଇନି କି କର୍ଫ୍ୟୁ ଲାଗି ନାହିଁ। ଏଠାରେ କେବଳ କିଛି ଜିନିଷ ଉପରେ କଟକଣା ଲଗାଯାଇଛି। ଦେଶ ବିରୋଧୀଙ୍କୁ ଚେତାବନୀ ଦେଇଛନ୍ତି ସେ କହିଛନ୍ତି ଯେ, ଖୁବ ଶୀଘ୍ର ଏଭଳି ଶ୍ରେଣୀର ଲୋକେ ମାନସିକ ପରିବର୍ତ୍ତନ ଆଣନ୍ତୁ।

Comments are closed.