କିଙ୍ଗ ଖାନଙ୍କ ପୁଅକୁ ବିବାହ ପ୍ରସ୍ତାବ

ଭୁବନେଶ୍ବର :କିଙ୍ଗ ଖାନ ଶାରୁଖଙ୍କ ପୁଅହେଲେ ଆର୍ୟ୍ୟନ୍ ଖାନ୍ । ଲଣ୍ତନରେ ପାଠପଢ଼ିବା ପରେ ସେ ମୁମ୍ବାଇକୁ ଫେରି ଆସିଥିଲେ, ଏବଂ ଏଠାରେ ନିଜର କ୍ୟାରିୟରକୁ ଗଢିବାରେ ଲାଗିଛନ୍ତି ।
ନିକଟରେ ମୁକ୍ତି ଲାଭକରି ଥିବା ଦ ଲାୟନ୍ କିଙ୍ଗ ରେ ଆର୍ୟ୍ୟନ୍ ପ୍ରଥମ ଥର ପାଇଁ ସିମ୍ବା ଚରିତ୍ରରେ ସ୍ବର ଦେଇଥିଲେ ।
ତାହା ଲୋକମାନଙ୍କୁ ବେଶ ପସନ୍ଦ ଆସିଥିଲା । ଏପରିକି ପ୍ରଯୋଜକ ତଥା ଶାହରୁଖଙ୍କ ଘନିଷ୍ଟ ବନ୍ଧୁ ଅନେକ ଥର କହିସାରିଛନ୍ତି ଯେ ଆର୍ୟ୍ୟନ୍ ତାଙ୍କ ନିର୍ଦେଶିତ ସିନେମାରେ ହିଁ କାମ ଆରମ୍ଭ କରିବେ ।
ସୋସିଆଲ ସାଇଟରେ ମଧ୍ୟ ଆର୍ୟ୍ୟନ୍ ଲୋକ ପ୍ରିୟତା କିଛି କମ୍ ନୁହଁ। ଇଷ୍ଟାଗ୍ରାମରେ ତାଙ୍କର ୧୦ହଜାର ରୁ ଅଧିକ ପ୍ରଶଂସକ ଥିବାବେଳେ ତାଙ୍କୁ ସେଠାରେ ବିବାହର ପ୍ରସ୍ତାବ ମଧ୍ୟ ମିଳୁଛି।
ଜଣେ ବିଦେଶୀ ଯୁବତୀ ଲେଖିଛନ୍ତି, ସେ ଆର୍ୟ୍ୟନ୍ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏ ବାବଦରେ ଶାହରୁଖ୍ଙ୍କୁ ପଚରା ଯିବା ପରେ ସେ ସ୍ମିତ ହସ୍ୟ ରେ କହିଛନ୍ତି, ମୋ ପୁଅ ଆଗେ କ୍ୟାରିୟର ଅରମ୍ଭ କରୁ। ତା ପରେ ଅନ୍ୟ ପ୍ରସଙ୍ଗ।