Odisha Link
Bridging the Missing Links in Odisha

ଓଡ଼ିଆ କିନ୍ନର ହେଲେ ଭାରତର ଏକ ନମ୍ବର ଉବେର ଚାଳକ

ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଲେ କିନ୍ନର ରାଣୀ। ଭାରତର ୧ ନମ୍ବର ଉବେର ଡ୍ରାଇଭର ହେବାର ସଫଳତା ହାସଲ କରିଛନ୍ତି ରାଣୀ। ଉବେର ପକ୍ଷରୁ ତାଙ୍କୁ ଏହି ମାନ୍ୟତା ଦିଆଯାଇଛି।
୫ ଷ୍ଟାର ରେଟିଂ ସହ ଦେଶର ଏକ ନମ୍ବର ଉବେର ଚାଳକ ହେଉଛନ୍ତି ରାଣୀ। କିନ୍ନରମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀକୁ ଆଡ଼େଇ ଦୃଢ଼ ଇଚ୍ଛା ଶକ୍ତି ବଳରେ ଏହି ସବୁ ଉପଲବ୍ଧି ହାସଲ କରିବାରେ ସଫଳ ହୋଇଛନ୍ତି ସେ। ଲୋକଙ୍କ ଟାହି ଟାପରାକୁ ଖାତିର ନକରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିପାରିଛନ୍ତି।
କେବଳ ଗାଡି ଚଳାଇ ଜାଣିଲେ ଜଣେ ସଫଳ ଡ୍ରାଇଭର ହୋଇପାରେନା ବରଂ ଯାତ୍ରୀଙ୍କ ପ୍ରତି ଭଲ ବ୍ୟବହାର ହିଁ ତାଙ୍କୁ ଏହି ସଫଳତା ଦେଇଛି। ୨୦୧୭ ମସିହା ରଥଯାତ୍ରାରେ ବଡ଼ଦାଣ୍ଡରେ ଆମ୍ବୁଲାନ୍ସ ଚଳାଇ ଅସୁସ୍ଥ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିଲେ ରାଣୀ। ଯେଉଁଥିପାଇଁ ତାଙ୍କୁ ବହୁତ ପ୍ରଶଂସା ମିଳିଥିଲା।
ରାଣୀ କୁହନ୍ତି ୨୦୧୬ ମସିହାରେ ସେ ଅଟୋ ଚଳାଉଥିଲେ। ତାଙ୍କ ଅଟୋରେ କେହି ବସୁନଥିଲେ। ସମସ୍ତେ ତାଙ୍କୁ ଅବହେଳିତ ଓ ନିଷ୍ପେସିତ ଭାବେ ଦେଖୁଥିଲେ। ହେଲେ କୌଣସି ସମସ୍ୟାରେ ଅଟକି ନଯାଇ , ଆଗେଇ ଚାଲିଥିଲେ। କିଛି କରି ଦେଖେଇବାର ଝୁଙ୍କ ତାଙ୍କ ମନରେ ଥିଲା। ଆହୁରି ମଧ୍ୟ ରାଣୀ କୁହନ୍ତି ଏହା ମୋର ଗର୍ବ ଓ ଗୌରବ ଯେ ସେ ଦେଶର ଏକ ନମ୍ବର ଉବେର ଚାଳକର ମାନ୍ୟତା ପାଇଛି। ୯୦ ପ୍ରତିଶତ ମହିଳା ମୋ ଗାଡ଼ିରେ ଯାଇଥାନ୍ତି ଓ ମୋ ଗାଡ଼ିରେ ସମସ୍ତେ ନିରାପଦ ଭାବିଥାନ୍ତି’ ବୋଲି କିନ୍ନର ରାଣୀ କହିଛନ୍ତି।

Comments are closed.