ହେଲ୍ମେଟ୍ ବଞ୍ଚାଇଲା ଏହି ଅଭିନେତାଙ୍କ ଜୀବନ

ଭୁବନେଶ୍ବର :ଏକ ବାଇକ୍ ଦୁର୍ଘଟଣାର ବଲିଉଡ୍ର ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଆହତ ହୋଇଛନ୍ତି। ସିଦ୍ଧାର୍ଥ ଓ କଳାକାର ଶିବ ପଣ୍ଡିତ୍ ସାଥୀ ହୋଇ ଯାତ୍ରା କରୁଥିବା ବେଳେ ଏହି ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।
ଏକ ପାହାଡ଼ିଆ ଅଞ୍ଚଳକୁ ଗାଡ଼ି ଚଳାଇବା ପାଇଁ ସିଦ୍ଧାର୍ଥ ଓ ଶିବ ଯାଇଥିଲେ।ଗାଡ଼ି ଚଳାଇବା ସମୟରେ ଶିବ ସେଠାରେ ଅଣାୟତ୍ତ ହୋଇ ପଡ଼ିଥିଲେ ଏବଂ ବାଇକ୍ଟି କିଛି ବାଟ ପର୍ଯ୍ୟନ୍ତ ଖସି ଯାଇଥିଲା।
ସେହି ସମୟରେ ସିଦ୍ଧାର୍ଥ ପଛରେ ଗାଡ଼ି ନେଇ ଆସୁଥିଲେ ଓ ଅଚାନକ ବ୍ରେକ୍ ମାରିବାରୁ ତଳକୁ ଖସି ପଡ଼ି ଥିଲେ। ଏହି ଦୁର୍ଘଟଣା ଯୋଗୁଁ ତାଙ୍କ ଗୋଡ଼ରେ ଆଘାତ ଲାଗିଛି କିନ୍ତୁ ଦୁହେଁ ହେଲ୍ମେଟ୍ ପିନ୍ଧିଥିବାରୁ ଗୋଟିଏ ବଡ଼ ବିପତ୍ତିରୁ ରକ୍ଷା ପାଇଛନ୍ତି। ଦୁର୍ଘଟଣାରେ ପରେ ଏହି ଦୁଇ ଅଭିନେତାଙ୍କୁ ତୁରନ୍ତ ସ୍ଥାନୀୟ ସେନା ହସ୍ପିଟାଲ୍କୁ ନିଆଯାଇଥିଲା।