Odisha Link
Bridging the Missing Links in Odisha

ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଯୋଜନା କରିଥିଲେ ମନମୋହନ

ନୂଆଦିଲ୍ଲୀ: ସରଜିକାଲ ଷ୍ଟ୍ରାଇକ, ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଆତଙ୍କବାଦିଙ୍କୁ ପ୍ରତିହତ କରିବା ପାଇଁ କିଛି ମାତ୍ରାରେ ସଫଳ ହୋଇଛି ଭାରତୀୟ ସେନା। ଯାହା ମୋଦିଙ୍କ ଶାସନକାଳ ସମୟରେ ହୋଇଛି। ଏହା ପୂର୍ବରୁ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଯୋଜନା କରିଥିଲେ।

ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟ ନେଇ ଅତିଷ୍ଠ ହୋଇପଡ଼ିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଏଥିପାଇଁ ତାଙ୍କ ସମୟରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରିଥିଲେ। ଏ ତଥ୍ୟ ଦେଇଛନ୍ତି ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମରୁନ୍‌। ସେ ତାଙ୍କର ପୁସ୍ତକ ‘ଫର୍‌ ଦି ରେକର୍ଡ’ରେ ଏହା ଉଲ୍ଲେଖ କରିଛନ୍ତି। ଲେଖିଛନ୍ତି, ଯଦି ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଘଟଣାର ପୁନରାବୃତ୍ତି ହୋଇଥାନ୍ତା ତେବେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା। ଏଥିପାଇଁ ପ୍ରସ୍ତୁତ ହୋଇ ସାରିଥିଲେ ମନମୋହନ।

କ୍ୟାମରୁନ୍‌ କହିଛନ୍ତି ସେ ୨୦୧୦ରୁ ୨୦୧୬ ମଧ୍ୟରେ ତିନି ଥର ଭାରତ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜଣେ ସାଧୁ ପ୍ରକୃତିର ମଣିଷ, କିନ୍ତୁ ମୁମ୍ବାଇରେ ୨୦୧୧ରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପ୍ରସ୍ତୁତ ଥିଲେ। ମନମୋହନ ଭାରତର ଏହି ଯୋଜନା ସଂପର୍କରେ ତାଙ୍କୁ କହିଥିଲେ ବୋଲି କ୍ୟାମରୁନ୍‌ କହିଛନ୍ତି।

Comments are closed.