ଟ୍ୟାକ୍ସ ଅଫିସର କହି ଠକି ଦେଲେ ଏହି ଅଭିନେତ୍ରୀଙ୍କୁ

ମୁମ୍ବାଇ: ଠକାମିର ଶିକାରେ ପଡିଯାଇଛି ବଲିଉଡ୍ ଲକି ବାୟ ଚାନସ ରଅଭିନେତ୍ରୀ ଈଶା ଶର୍ବାଣୀ। ଏହା ବି-ଟାଉନ୍ରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ପାଇଁ ୩ ଜଣଙ୍କୁ ଦିଲ୍ଲୀ ପୁଲିସ୍ ଗିରଫ କରିଛି।
ଈଶା ବଲିଉଡ୍ରେ ବିବେକ୍ ଓବରଏଙ୍କ ଫିଲ୍ମ ‘କ୍ରିଷ୍ଣା’, ‘ଗୁଡ୍ ବୟ ବ୍ୟାଡ୍ ବୟ’, ‘ଡେଭିଡ୍’, ‘ଲକ୍ ବାଇଚାନ୍ସ୍’ ଓ ‘କରିବ୍ ସିଙ୍ଗଲ୍ ସିଙ୍ଗଲ୍’ ପରି ସିନେମାରେ ଅଭିନୟ କରିଥିଲେ।
ଈଶା ଶର୍ବାଣୀଙ୍କୁ ଅଷ୍ଟ୍ରେଲିଆରେ ଏହି ଠକାମିର ଶିକାର ହବାକୁ ପଡିଥିଲା । ଈଶା ଅଷ୍ଟ୍ରେଲିଆର ପର୍ଥରେ ରହୁହନ୍ତି ।ତାଙ୍କୁ ସେଠାରେ ଏକ ଫୋନ୍ କଲ୍ ଆସିଥିଲେ। ବ୍ୟକ୍ତି ଜଣେ ନିଜକୁ ଅଷ୍ଟ୍ରେଲିଆର ଟ୍ୟାକ୍ସ ଅଧିକାରୀ ବୋଲି କହିଥିଲେଏବଂତାଙ୍କର ଟ୍ରାଞ୍ଜାକ୍ସନରେ ଗଡବଡ ହେଇଛି ବୋଲି କହିଥିଲେ।କହିଥିଲେ ଏଥିପାଇଁ ତାଙ୍କୁ ଗିରଫ ବି କରାଯାଇପାରେ । ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ଟଙ୍କା ଟ୍ରାନ୍ସଫର୍ କରାଇଥିଲେ। କିଛି ସମୟ ପରେ ଈଶାଙ୍କୁଆଉଥରେ ଫୋନ୍ ଆସିଲା। ଏବଂ ତାଙ୍କ ଆକାଉଣ୍ଟକୁ କୌଣସି ଆତଙ୍କବାଦୀ ସଂଗଠନରୁ ଟଙ୍କା ଆସିଛି ବୋଲି କୁହାଗଲା ଏବଂ ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ଟଙ୍କା ମାଗି ନେଇଥିଲେ।
ଈଶାଙ୍କ ମନରେଏହା ସନ୍ଦହ ସୃଷ୍ଟି ହୋଇଥଲା ଓ ଟ୍ୟାକ୍ସ ଅଧିକାରୀଙ୍କ ସମ୍ପର୍କରେ ଜାଣିବା ପାଇଁ ସେ ଖୋଳତାଡ଼ ଆରମ୍ଭ କରିଦେଲେ। ତା’ପରେ ସେ ଜାଣି ପାରିଲେ କି ସେ ଠକାମିର ଶିକାର ହୋଇ ଯାଇଛନ୍ତି। ତାପରେ ସେ ଦିଲ୍ଲୀ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ। ଘଟଣାର ଯାଞ୍ଚ କରିବା ପରେ ପୁଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ଏହି ୩ ଜଣ ଅଭିଯୁକ୍ତ ବିକାଶପୁରୀରେ ଏକ କଲ୍ ସେଣ୍ଟର ଖୋଲି, ଲୋକମାନଙ୍କୁ ଠକେଇ କରୁଥିଲେ । ସେମାନଙ୍କର ୭ଟି ବ୍ୟାଙ୍କ ଆକାଉଣ୍ଟରୁ ପୁଲିସ୍ ପାଖାପାଖି ୧.୨୫ କୋଟି ଟଙ୍କା ଜବତ କରିନେଇଛି।
Comments are closed.