Odisha Link
Bridging the Missing Links in Odisha

କାର୍ତ୍ତିକଙ୍କ ପରେ ‘ୟେ ରିସ୍ତା କ୍ୟା କେହ୍‌ଲାତା ହେ’ ଧାରାବାହିକର ଏହି କଳାକାର ହେଲେ ଡେଙ୍ଗୁର ଶିକାର

ନୂଆଦିଲ୍ଲୀ : ‘ୟେ ରିସ୍ତା କ୍ୟା କେହ୍‌ଲାତା ହେ’ ଧାରାବାହିକ ଟି ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଛି ।ଏହି ଧାରାବାହିକ ଟିକୁ ବର୍ତ୍ତମାନ ୧୦ବର୍ଷ ହୋଇଗଲାଣି ।କିନ୍ତୁ ଜଣା ପଡ଼ିଛି ଏହି ଲୋକପ୍ରିୟ ଧାରାବାହିକର ଦୁଇ କଳାକାର ଏବେ ଡେଙ୍ଗୁର ଶିକାର ହୋଇଛନ୍ତି । ଧାରାବାହିକର ମୁଖ୍ୟ ଅଭିନେତା କାର୍ତ୍ତିକ ଓରଫ୍‌ ମୋହସିନ୍‌ ଖାନ୍‌ଙ୍କୁ ପ୍ରଥମେ ଡେଙ୍ଗୁ ହୋଇଥିଲା ଏବଂ ଏବେ କାର୍ତ୍ତିକଙ୍କ ମା’ ହୋଇଥିବା ଅଭିନେତ୍ରୀ ନିୟତି ଯୋଶୀଙ୍କୁ ମଧ୍ୟ ଡେଙ୍ଗୁ ହୋଇଛି । ନିୟତି ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଏହି ଦୁଃଖଦ ଖବର ବିଷୟରେ ସୂଚନା ଦେଇଛନ୍ତି । ହସ୍ପିଟାଲ ବେଡ୍‌ରେ ଶୋଇଥିବାର ଫଟୋ ସେୟାର କରିବା ସହ “ମୁଁ ଖୁବ୍‌ ଶୀଘ୍ର ଫେରିବି ।

ମୋହସିନ୍‌ ଖାନ୍‌ଙ୍କୁ ଡେଙ୍ଗୁ ହୋଇଥିବାକଥା ସେ ଟୁଇଟ୍‌ କରି ନିୟତିଙ୍କ ପୂର୍ବରୁ କହିଥିଲେ ।ମୋହସିନ୍‌ ଟୁଇଟ୍‌ରେ ଲେଖିଥିଲେ, “ଡେଙ୍ଗୁ ହୋଇ ଯାଇଛି । ବାହାରେ ଅଧିକ ସମୟ ରୁହନ୍ତୁ ନାହିଁ । ଇନ୍‌ସାହ୍ଲା ଖୁବ୍‌ ଶୀଘ୍ର ଠିକ୍‌ ହୋଇଯିବି” । ତେବେ ଏଭଳି ଖବର ଆସିବା ପରେ ଦୁହିଁଙ୍କ ପ୍ରଶଂସକ ଏବେ ସୁସ୍ଥ ସ୍ୱାସ୍ଥ୍ୟ କାମନା କରିବା ଆରମ୍ଭ କରିଛନ୍ତି ।

Comments are closed.