Odisha Link
Bridging the Missing Links in Odisha

ରାଷ୍ଟ୍ରୀୟ ଏକତା ଜନଜାଗରଣ ଅଭିଯାନ: କାଶ୍ମୀରୀବାସୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ୧୩୦ କୋଟି ଭାରତୀୟଙ୍କ ଦାୟିତ୍ୱ

ଭୁବନେଶ୍ବର: ରାଜ୍ୟ ବିଜେପିର ଜନଜାଗରଣ କାର୍ଯ୍ୟକ୍ରମରେ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଜମ୍ମୁ କାଶ୍ମୀରରେ ଅନୁଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ ଏବଂ ତାର ଉପଲବ୍ଧୀ ସଂର୍ପକରେ ଏକ ବୁଦ୍ଧିଜାବୀ ସମ୍ମିଳନୀକୁ ସମ୍ଵୋଧିତ କରିଛନ୍ତି । ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ମୋଦୀ ସରକାରଙ୍କ ଏକ ଐତିହାସିକ ନିଷ୍ପତି । ଏହା ଦ୍ୱାରା ଦେଶର ସମସ୍ତ ରାଜ୍ୟ ଭଳି ଜାମ୍ମୁକାଶ୍ମୀରୀ ବାସିନ୍ଦା କେନ୍ଦ୍ରସରକାରଙ୍କ ସମସ୍ତ ଯୋଜନାର ଲାଭ ଏବଂ ସୁବିଧା ନେଇପାରିବେ । ଜମ୍ମୁ କାଶ୍ମିରରେ ଅନୁଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ ପରେ କିଛି ଦେଶଦ୍ରୋହୀ ଏହାର ଅପପ୍ରଚାର କରୁଛନ୍ତି। କାଶ୍ମୀରୀବାସୀଙ୍କ ମନରେ ବିଶ୍ୱାସ ସୃଷ୍ଟିକରିବା ଏବଂ ଏହି ଧାରା ହଟିବା ପରେ ଏହାର ଉବଲବ୍ଧି ଜନମାନସରେ ପହଂଚାଇବା ପାଇଁ ଦେଶର ୩୫ଟି ପ୍ରମୁଖ ସ୍ଥାନ ଏବଂ ୩୭୦ଟି ଅନ୍ୟ ସ୍ଥାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଶ୍ରୀ ଶେଖାୱତ କହିଛନ୍ତି ଯେ, ଧାରା ୩୭୦ ଓ ୩୫ (ଏ) ଯେଭଁଭଳି ଲାଗୁ କରାଯାଇଥିଲା ଠିକ୍ ସମାନ ଢଙ୍ଗରେ ଏହି ଧାରାକୁ ଉଛେଦ କରାଯାଇଛି । କଂଗ୍ରେସର ଅଧାରୁ ଅଧିକ ନେତା ଏହି ଧାରା ହଟିବା ନେଇ କିପରି ଓ କଣ ମନ୍ତବ୍ୟ ରଖିବେ ସେ ନେଇ ଦ୍ୱନ୍ଦରେ ଅଛନ୍ତି । ମୋଦୀ ସରକାର କାଶ୍ମୀରୀର ବିକାଶ ଲାଗି ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି । କାଶ୍ମିରୀର ବିକାଶ ପାଇଁ ୫୦ ହଜାର ନୂଆ ରୋଜଗାର ସୃଷ୍ଟି କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । କାଶ୍ମିରୀର ପ୍ରତ୍ୟେକ ଗାଁରେ ରହୁଥିବା ଗରୀବ ବ୍ୟକ୍ତିଙ୍କ ପାଖରେ ମୋଦୀ ସରକାରଙ୍କ ସମସ୍ତ ଯୋଜନା କିପରି ପହଂଚିବ ସେ ଦିଗରେ କାର୍ଯ୍ୟ ଚାଲିଛି ।

ସେ କହିଛନ୍ତି ଯେ ଖୁବ କମ ଦିନ ମଧ୍ୟରେ କାଶ୍ମୀରୀବାସୀଙ୍କ ଘରେ ଘରେ ଶୌଚାଳୟ, ଗ୍ୟାସ ସଂଯୋଗ, ବିଜୁଳୀ ସଂଯୋଗ, ସ୍ୱାସ୍ଥ୍ୟ ସେବା ଓ  ରୋଜଗାର ପହଂଚିବ । ୧୩୦ କୋଟି ଭାରତୀୟଙ୍କ ଦାୟୀତ୍ୱ ହେଉଛି କାଶ୍ମିରୀବାସୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା । ସେଥିପାଇଁ ଏହି ଜନଜାଗରଣ କାର୍ଯ୍ୟକ୍ରମ କରାଯାଇ ଦେଶବାସୀଙ୍କୁ ସଚେତନ କରାଯାଉଛି । କାଶ୍ମିରୀ ବର୍ତମାନ ପରିସ୍ଥିତିରେ ସ୍କୁଲ, କଲେଜ , ଅଫିସ  ବଜାର ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ।

କାଶ୍ମୀରୀ ଜନତାଙ୍କ ପାଇଁ କେନ୍ଦ୍ର ସରକାର ସାରା ରାଜ୍ୟର ଲୋକଙ୍କ ପାଇଁ ମୁଣ୍ଡପିଛା ଖର୍ଚ୍ଚ ୩୬୫୦କରୁଥିବାବେଳେ କେବଳ କାଶ୍ମୀରୀବାସୀଙ୍କ ପାଇଁ ମୁଣ୍ଡ ପିଛା ୧୨ ହଜାର ୬୫୦ ଟଙ୍କା ଖର୍ଚ୍ଚ ହେଉଥିଲା । ଯାହାର ହିସାବ ମାଗିବା ପାଇଁ କେନ୍ଦ୍ରସରକାରର ଅଧିକାର ନଥିଲା । ମହିଳା ସୁରକ୍ଷା ଆଇନ, ବାଲ୍ୟ ବିବାହ ଆଇନ ବି କାଶ୍ମୀରୀରେ ଲାଗୁ ହୋଇନଥିଲା । ନାବାଳିକା ହିଂସା ଉପରେ ରୋକ ଲଗାଇବା ପାଇଁ ପକ୍ସୋ ଆକ୍ଟ ସାରା ଦେଶରେ ଲାଗୁ ହୋଇଥିବାବେଳ କାଶ୍ମିରୀରେ ଲାଗୁ ହୋଇନଥିଲା । ସେହିପରି ରାଇଟ ଟୁ ଇନଫରମେସନ ଭଳି ମହତ୍ୱପୂର୍ଣ୍ଣ କାନୁନ୍ ଏଠି ଲାଗୁ ହେଉନଥିଲା ବୋଲି ଶ୍ରୀ ଶେଖାୱତ କହିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ କରିଥିବା ଐତିହାସିକ ଭୃଲକୁ ମୋଦୀ ସରକାର ଠିକ୍ କରିଛନ୍ତି । ଜାମ୍ମୁ କାଶ୍ମୀରରେ ଅନୁଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ ଏକ ଐତିହାସିକ ନିଷ୍ପତି । ଏହି ନିଷ୍ପତି ପରେ ଜମ୍ମୁ କାଶ୍ମୀରୀରେ ଶାନ୍ତି ଫେରି ଆସିବ ।  କାଶ୍ମୀରୀ ଭାରତର ଅଭିନ୍ନ ଅଙ୍ଗ ରହିବା ପାଇଁ  ୧୯୪୮, ୧୯୬୨, ୧୯୬୫,୧୯୭୧ମସିହା ସହ କାର୍ଗିଲ ଯୁଦ୍ଧ ଓ ଆତଙ୍କବାଦୀ ଆକ୍ରମଣରେ  ୪୨ ହଜାର ଲୋକ ଶହୀଦ ହୋଇଛନ୍ତି । ଅନୁଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ ପରେ କାଶ୍ମିରୀ ବାସୀ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଧାରା ୩୭୦ ଉଚ୍ଛେଦ ପରେ ଭାରତର ଟୁକୁଡା ଟୁକୁଡା ଗ୍ୟାଙ୍ଗ୍କୁ ସମର୍ଥନ କରୁଥିବା ଲୋକଙ୍କୁ ବହୁତ କଷ୍ଟ ହୋଇଛି ।  ଯେଉଁମାନେ ଏ ଦେଶର ସାଧାରଣଲୋକଙ୍କ ପଇସାରେ ଜେଏନ୍ୟୁରେ ପାଠପଢୁଥିଲେ, ତାଙ୍କ ଭିତରୁ ଯେଉଁମାନେ କହୁଥିଲେ ‘ଭାରତ ତେରା ଟୁକୁଡା ଟୁକୁଡା ହୋଗା ଇନସାଆଲ୍ଲା ଇନସାଆଲ୍ଲା, ‘ଅଫଜଲ ଗୁରୁ ଜିନ୍ଦାବାଦ ପାକିସ୍ତାନ ଜିନ୍ଦାବାଦ ହମେ ସରମିନ୍ଦା ହେଁ କି ଆଜ୍ ଜବ୍ ତେରା କାତିଲ ଜିନ୍ଦା ହେଁ’ ଏମାନେ ଏବଂ ଏମାନଙ୍କର ପୃଷ୍ଠପୋଷକତା ମାନେ ବିଚଳିତ ହୋଇପଡିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି।

ଧାରା ୩୭୦ ଓ ୩୫ଏ  ଉଛେଦ ପରେ ବିଚ୍ଛିନ୍ନତାବାଦରେ ଭରିଥିବା କାଶ୍ମୀରୀ ଆଜି ଏକତା ଓ ଭାଇଚାରର ଉଦାହରଣ ପାଲଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ ଏହି ଧାରାକୁ ଉଛେଦ କରି ଏକ ସ୍ୱର୍ଣ୍ଣିମ ଇତିହାସ ରଚନା କରିଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।

ପୃଥିବୀର ଗୋଟେ କି ଦୁଇଟା ଦେଶ ଏହାକୁ ବିରୋଧ କରୁଥିବାବେଳେ ସମସ୍ତ ରାଷ୍ଟ୍ର ଭାରତକୁ ସମର୍ଥନ କରୁଛନ୍ତି । ଏହା ହଟିବା ପରେ ଦେଶରେ ଥିବା କିଛି ଲୋକ ବିରୋଧ କରି ସୁପ୍ରିମ କୋର୍ଟରେ ଚ୍ୟାଲେଂଚ କରୁଛନ୍ତି ।  କିନ୍ତୁ ଏହା ଉପରେ କୈଣସି ଫରକ ପଡିବନି । ମୋଦି ସରକାର ଏହି ନିଷ୍ପତି ବହୁତ ଭାବିଚିନ୍ତି କାଶ୍ମିରୀବାସୀଙ୍କ ସ୍ୱାର୍ଥ ପାଇଁ ନେଇଛନ୍ତି ବୋଲି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ସଂପାଦକ ଯତୀନ ମହାନ୍ତି, ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସମେତ ରାଜ୍ୟ ପଦାଧିକାରୀ, ଯୁବପିଢୀ ,ବୁଦ୍ଧିଜୀବୀ ଏବଂ ବ୍ୟକ୍ତିବିଶେଷ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.