‘ବିଗବସ୍-୧୩’ର ନୂଆ ଧମାକା

ମୁମ୍ବାଇ: ସେପ୍ଟେମ୍ବର ୨୯ରୁ ଟେଲିଭିଜନ୍ର ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ବସ୍’ ଆରମ୍ଭ ହେବାକୁ ଯାଉଛି। ଏହି ଶୋ’କୁ ସୁପର୍ଷ୍ଟାର୍ ସଲମାନ୍ ଖାନ୍ ହୋଷ୍ଟ୍ କରିବେ। ମୁମ୍ବାଇର ଫିଲ୍ମସିଟିରେ ଚଳିତ ବର୍ଷ ବିଗ୍ବସ୍-ହାଉସ୍ର ସେଟ୍ ତିଆରି ହୋଇଛି। ଆଉ କିଛି ଫଟୋ ମଧ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି। ‘ବିବି ହାଉସ୍’ ବେଶ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଛି। ବିଗବସ୍-୧୨ ସେଟ ଟି ଲୋନାୱାଲାରେ ହୋଇଥିଲା।
ଘରର ଇଣ୍ଟେରିଅରରେ ଗ୍ରୀନ୍ ଓ ପର୍ପଲ ରଙ୍ଗର କମ୍ବିନେସନ୍ କରାଯିବା ସହ ମୁଖ୍ୟଦ୍ୱାରକୁ BBର ଆକୃତି ଦିଆଯାଇଛି। BBର ଆକୃତିଟି କୁ ଗଛରେ ସଜାଯାଇଛି । ବେଡ୍ରୁମ୍କୁ ମଧ୍ୟ ବେଶ୍ ରଙ୍ଗନ ଭାବରେ ସଜାଯାଇଛି ।ଆଣ୍ଟିକ୍ ଫର୍ଣ୍ଣିଚର୍ ଓ ଦାମୀ ଦାମୀ ଶୋ’ପିସ୍ରେ ଲିଭିଂ ରୁମ୍କୁ ସଜାଯାଇଛି ।ବିଗ୍ବସ୍ ଆଖିର ଚିତ୍ର କୁ ଘରର ସବୁ ଜାଗାରେ ଲଗା ହେଇଛି ।
ଏହି ଘରେ ୯୩ରି କ୍ୟାମେରା ଲଗା ହେଇଛି ଏବଂ ‘ବିଗବସ୍-୧୩’ର କେତେ ଜଣ ପ୍ରତିଯୋଗୀଙ୍କ ନାଁ ସାମ୍ନାକୁ ଆସି ସାରିଛି। ସେମାନେ ହେଲେ ଆରତି ସିଂହ,ଦେବୋଲିନା ଭଟ୍ଟାଚାର୍ଯ୍ୟ, ରଶ୍ମି ଦେଶାଇ, ସିଦ୍ଧାର୍ଥ ଶୁକ୍ଲା ,ଦଲଜିତ୍ କୌର୍,ଓ ଅରହାନ୍ ଖାନ୍ ଅଟନ୍ତି।
Comments are closed.