Odisha Link
Bridging the Missing Links in Odisha

ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ।
ମିଳିଥିବା ସୂଚନା ଅନୁସାରେ, ବଣମହୁଲଡିହା ଗ୍ରାମର ସୁନିଆ ମୁଣ୍ଡା ଓ ତାଙ୍କ ପତ୍ନୀ ମାନି ମୁଣ୍ଡାଙ୍କ ମଧ୍ୟରେ ସଂନ୍ଧ୍ୟା ସମୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ପରେ ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିଥିଲା। ଫଳରେ ନୃସଂଶ ସ୍ଵାମୀ ସୁନିଆ ମୁଣ୍ଡା ପତ୍ନୀ ମାନି ମୁଣ୍ଡାଙ୍କ ମୁଣ୍ଡକୁ ଟାଙ୍ଗିଆରେ ହାଣି ଦେଇଥିଲା। ଘଟଣାସ୍ଥଳରେ ମାନି ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଗାଁ ପୋଲିସ ଘଟଣାସ୍ଥଳକୁ ଯାଇ ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Comments are closed.