ବାରଙ୍ଗ ବିଡିଓଙ୍କୁ ୪୦ ହଜାର ଲାଞ୍ଚ ଦେଲେ ରଂଜୀବ

ଭୁବନେଶ୍ବର: ‘ରାଜ୍ୟ ସରକାର ସ୍ବଚ୍ଛତା କଥା କହୁଛନ୍ତି, ଦୁର୍ନୀତି ହଟାଇଛୁ ବୋଲି କହୁଛନ୍ତି। ଅଥଚ ମୁଁ ନିଜେ ରଂଜୀବ ବିଶ୍ବାଳ ନଥି ପାରିତ କରାଇବା ପାଇଁ ନିରାଶ ହୋଇ ଶେଷରେ ବାରଙ୍ଗ ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ୪୦,୦୦୦ ଟଙ୍କା ଲାଞ୍ଚ ଦେଇଛି।’ ଆଜି କନକ ନ୍ୟୁଜର ୧୦ମ ସ୍ବନକ୍ଷତ୍ର ଉତ୍ସବରେ ଅତିଥି ଭାବେ ଯୋଗଦେଇ ଏଭଳି ଅଭିଯୋଗ ବାଢ଼ିଛନ୍ତି କଂଗ୍ରେସ ନେତା ଶ୍ରୀ ବିଶ୍ବାଳ।
ସ୍ଥାନୀୟ ସ୍ବସ୍ତି ପ୍ରିମିୟମ ହୋଟେଲ ଠାରେ ଆୟୋଜିତ ଏହି ଉତ୍ସବର ‘ଓଡ଼ିଶା ଆଗେଇଛି’ ଶୀର୍ଷକ ବିତର୍କରେ ଭାଗ ନେଇ ଶ୍ରୀ ବିଶ୍ବାଳ କହିଥିଲେ ଯେ ଫୁଲନଖରା ପାଖରେ ତାଙ୍କର ଏକ ପ୍ରକଳ୍ପର ନଥି ବାରଙ୍ଗ ବ୍ଲକ୍ ଅଫିସରେ ପଡ଼ି ରହିଥିଲା। ବିଡିଓ ଆଜି କରୁଛି କାଲି କରୁଛି କହି ଦିନ ଗଡ଼ାଉଥିଲେ। ଆଜି କଲେକ୍ଟର ଡାକିଛନ୍ତି, ଆଜି ଅମୁକ ମିଟିଂ ଅଛି କହି ସେ କାମ କରୁ ନଥିଲେ। ଏମିତି ୬ ମାସ ବିତିଯିବାରୁ ବାଧ୍ୟହୋଇ ସେ ବିଡିଓଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ଦେଇ କାମଟି କରାଇଲେ ବୋଲି ଅଭିଯୋଗ ବାଢ଼ିଛନ୍ତି ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ ତାରକା ରଂଜୀବ ବିଶ୍ବାଳ।
ବରିଷ୍ଠ ସାମ୍ବାଦିକ ମନୋରଂଜନ ମିଶ୍ରଙ୍କ ଦ୍ବାରା ପରିଚାଳିତ ଏହି ବିତର୍କ ସଂପାନରେ ଶ୍ରୀ ବିଶ୍ବାଳଙ୍କ ସହ ବିଜୁ ଜନତା ଦଳ ନେତା ଅମର ପଟ୍ଟନାୟକ ଓ ଭାରତୀୟ ଜନତା ଦଳ ନେତା ଐର ଖାରବେଳ ସ୍ବାଇଁ ଭାଗ ନେଇଥିଲେ।
Comments are closed.