ଓଡ଼ିଆ ଝିଅ ଲିପିକା ଚଢ଼ିଲେ ମାଉଣ୍ଟ ଏଲବୃସ୍, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଇତିହାସ ରଚିଲେ ଓଡ଼ିଆ ଝିଅ ଲିପିକା ସେଟ। ବରଗଡ଼ ଜିଲା ଡାଲବ ଗ୍ରାମର ସୁନାଝିଅ ଲିପିକା ସେଟ ୟୁରୋପ ମହାଦେଶର ତଥା ରଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ୍କୁ (5.642 mtr/18, 510 ft)କୁ ସଫଳତାର ସହ ଆରାହଣ କରିଛନ୍ତି। ପର୍ବତାରୋହଣ ପରି କଠିନ କାମରେ ମଧ୍ୟ ପୁରୁଷଙ୍କଠାରୁ ନାରୀ କିଛି କମ୍ ନୁହେଁ ବୋଲି ପ୍ରମାଣିତ କରିଛନ୍ତି ଲିପିକା। ତାଙ୍କର ଏହି ସଫଳତା ଯୋଗୁଁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି।
ପିତା ଲକ୍ଷ୍ମଣ ସେଟ୍ ଓ ମାତା ଅନୁସୟା ସେଟଙ୍କ ଦ୍ୱିତୀୟ କନ୍ୟା ଲିପିକା ସେଟ ଓଡ଼ିଶାର ଜଣେ ଉଦୀୟମାନ ପର୍ବତାରୋହୀ । ତାଙ୍କର ମାଉଣ୍ଟ ଏଲବୃସ୍ ଆରୋହଣ ସେପ୍ଟେମ୍ବର ୨୮ତାରିଖରେ ଆରମ୍ଭ ହୋଇ ଚଳିତ ମାସ ୮ ତାରିଖରେ ଶେଷ ହୋଇଛି । ଏହି ଅଭିଯାନରେ ଭିନ୍ନ ଭିନ୍ନ ଦେଶର ବହୁ ପର୍ବତାରୋହୀ ଭାଗ ନେଇଥିଲେ। ପର୍ଯ୍ୟାୟକ୍ରମେ ଲିପିକା ସେଠାକାର ପରିବେଶ ଓ ବେସ୍ କ୍ୟାମ୍ପ ସହ ଖାପ ଖୁଆଇ ସାରିବା ପରେ ଗତ ୫ ତାରିଖ ସକାଳୁ ଆଡ଼ଭାନ୍ସ ବେସ୍ କ୍ୟାମ୍ପ ଛାଡ଼ି ଅନ୍ତିମ ଆହୋରଣ ପାଇଁ ବାହାରିଥିଲେ ।
ଲିପିକି ମାଉଣ୍ଟ ଏଲବୃସ୍ ଶୀର୍ଷରେ ପହଞ୍ଚି ଜାତୀୟ ସଙ୍ଗୀତ ଗାନ କରିବା ସହ ଜାତୀୟ ପତାକା ଗର୍ବର ସହ ଉଡ଼ାଇଥିଲେ। ପର୍ବତାରୋହୀ ନୃସିଂହ ସାହୁଙ୍କ ତତ୍ତ୍ୱାବଧାନରେ ଲିପିକା ଏଲବୃସ୍ ଆହୋରଣ କରିଥିଲେ। ଏଥିନିମନ୍ତେ ସେ ସମସ୍ତ ଆବଶ୍ୟକ କୌଶଳ ଯୋଗାଇବା ସହ ମନୋବଳ ବଢାଇଥିଲେ।
Comments are closed.