ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ରମେଶ ସାହୁଙ୍କ ତେଜରାତି ଦୋକାନରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଫଳରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ସହ କିଛି ଟଙ୍କା ମଧ୍ୟ ପୋଡିଯାଇଥିବା ସୂଚନା ମିଳିଛି ।
ଖବର ପାଇ ମୋହନା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଘଟଣାରୁ ଜଣାପଡିଛି ଯେ ରାଣୀଖମା ଗାଁ ଛକରେ ରମେଶଙ୍କ ତେଜରାତି ଦୋକାନ ଅଛି । ତେବେ କିଏ ଓ କାହିଁକି ଦୋକାନ ପୋଡିଲେ ତାହାର ତଦନ୍ତ କରୁଛି ପୋଲିସ ।