Odisha Link
Bridging the Missing Links in Odisha

ତିନି ଛାତ୍ରଙ୍କ ଉପରେ ମାଡିଗଲା ହାଇଓ୍ବା

ପାରାଦୀପ: ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଭୂତମୁଣ୍ଡାଇ ନିକଟ ବରେଇ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ତିନି ଜଣ ଛାତ୍ରଙ୍କ ଉପରେ ଚଢିଯାଇଛି ହାଇଓ୍ବା ଟ୍ରକ। ଘଟଣାସ୍ଥଳରେ ଜଣଙ୍କର ମୄତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ସବୁଦିନ ଭଳି ଆଜି ସକାଳୁ ଏହି ତିନି ଜଣ ଛାତ୍ର ଟ୍ୟୁସନ ହେବା ପାଇଁ ପାଖ ଗ୍ରାମ ଭୂତମୁଣ୍ଡାଇକୁ ସାଇକେଲ ଯୋଗେ ଯାଉଥିଲେ। ଦ୍ରୁତ ଗତିରେ ଆସୁଥିବା ଏକ ହାଇଓ୍ବା ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଛାତ୍ର ଗୁରୁତର ହୋଇଥିଲେ।
ଉଭୟ ଗୁରୁତରଙ୍କୁ ପ୍ରଥମେ କୁଜଙ୍ଗ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ମୄତକ ହେଉଛନ୍ତି ସ୍ଥାନୀୟ ଫୁଲବେଲାରୀ ଗ୍ରାମର ନନ୍ଦ ଚରଣ ପୄଷ୍ଟିଙ୍କ ୧୦ବର୍ଷର ପୁଅ କାହ୍ନୁଚରଣ ମହାନ୍ତି। ଗୁରୁତର ଛାତ୍ର ସେହି ଗ୍ରାମର ଓମ୍ ପ୍ରକାଶ ସ୍ବାଇଁ ଓ ଦିବ୍ୟ ପଟ୍ଟନାୟକ ବୋଲି ଜଣାପଡିଛି। ତେବେ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ କଟକ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି।

Comments are closed.